ଯୁକ୍ତ ଦୁଇରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ

add-all

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର ୧୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ସୂଚନା ଥାଉକି ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସରିଥିଲା। ପ୍ରଥମ ମେଧା ତାଲିକାରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ସେହିପରି ଆସନ୍ତାକାଲି ଅର୍ଥାତ୍ ୨୦ ରୁ ୨୨ ତାରିଖ ମଧ୍ୟରେ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା। ବଳକା ସିଟ୍ ପାଇଁ ସ୍ପଟ୍ ସିଲେକସନ କରାଯିବ। ଜୁଲାଇ ୨୭ରେ ତାଲିକା ବାହାରିବା ସହ ୨୯ ରୁ ୩୧ ମଧ୍ୟରେ ହେବ ସ୍ପଟ୍ ନାମଲେଖା।

ad-week
Leave A Reply

Your email address will not be published.