ଭିଜିଲାନ୍ସ ପଞ୍ଝାରେ ଚାନ୍ଦିପୁର ଥାନାର IIC ଓ ASI, ମଦବେପାରୀ ଠାରୁ ନେଉଥିଲେ ୫୦ ହଜାର ଲାଞ୍ଚ

add-all

ବାଲେଶ୍ବର:  ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ।  ବାଲେଶ୍ବର ଚାନ୍ଦିପୁର ଥାନାର ଆଇଆଇସି ଓ ଏଏସଆଇ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଜଣେ ମଦ ବ୍ୟବସାୟୀ ଠାରୁ ମାସିକିଆ ବଟି ଆକରରେ ୫୦ ହଜାର  ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି।

ମିଳିଥିବା ସୂଚନା ଆଧାରରେ  ବଳରାମ ଗଡି ଅଞ୍ଚଳରେ ଥିବା ଏକ ବିଦେଶୀ ମଦ କାଉଣ୍ଟରକୁ ଏହି ଦୁଇ ଅଧିକାରୀ ବଟି ମାଗୁ ଥିଲେ। ଆଉ ଆଜି ଲାଞ୍ଚ ନେବା ବେଳେ ଦୁଇ ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ। ଦୁଇ ଅଧିକାରୀ ଲାଞ୍ଚ ପାଇଁ ୫୦ ହଜାର ଟଙ୍କା ପୂର୍ବରୁ ଦାବି କରିଥିଲେ।  ଆଜି ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ଭିଜିଲାନ୍ସ ଏସ୍ପି ନରହରି ନାୟକ । ଟ୍ରାପ ପରେ ଆଇଆଇସି ଓ ଏଏସଆଇଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ତିନୋଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।

ad-week
Leave A Reply

Your email address will not be published.