ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

add-all

ଭୁବନେଶ୍ୱର– ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଲେ ଯେ ଦୀର୍ଘ ୨୪ ବର୍ଷର ବିଜେଡ଼ି ସରକାର ନିରନ୍ତର ଶାସନ ବ୍ୟବସ୍ଥାରେ ରହିଲାପରେ ମଧ୍ୟ ଆଜି ଓଡ଼ିଶାର ମହିଳାମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅତ୍ୟନ୍ତ ଉତ୍କଟ ଆକାରରେ ଧାରଣ କରିଛି । ବିଜୁ ଜନତାଦଳ ସବୁବେଳେ ପ୍ରଚାର କରେ ମହିଳାମାନେ ତାଙ୍କର ବଳ ବୋଲି କିନ୍ତୁ ରାଜ୍ୟ ଜନସଂଖ୍ୟାର ଅଧାଭାଗ ମହିଳା ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ସୁରକ୍ଷା ଆଜି ବଡ଼ ପ୍ରଶ୍ନବାଚୀ ହୋଇଛି ଏ ରାଜ୍ୟରେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ମା ମାନଙ୍କୁ ସଶକ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ବୋଲି କହୁଛନ୍ତି । ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା କଥା ମଧ୍ୟ ବିଭିନ୍ନ ସମୟରେ ପ୍ରଚାର କରାଯାଉଛି । ମା’ମାନଙ୍କୁ ମମତା, ଜନନୀ ଭଳି ସରକାରୀ ଯୋଜନାରେ ବର୍ଷକୁ ଶହ ଶହ କୋଟି ଟଙ୍କା ଅର୍ଥବ୍ୟୟ ବରାଦ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ।

କିନ୍ତୁ ଏନଏଚଏଫଏସ ରି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୬୪ ପ୍ରତିଶତରୁ ଉର୍ଦ୍ଧ୍ୱ ମହିଳା ଅପପୃଷ୍ଟି ଏବଂ ରକ୍ତହୀନତାର ଶୀକାର ବୋଲି ସରକାରୀ ତଥ୍ୟ ମିଳିଛି । ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ, ମାତୃତଲାଭ କରୁଥିବା ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ବିଭିନ୍ନ ଭିଟାମିନ ଔଷଧ ଅଙ୍ଗୱାଡି ଦ୍ୱାରା ଯୋଗାଇ ଦେବା କଥା ଏବଂ ମୋ ଛତୁଆ, ମୋ ଉପକାରୀ ବଗିଚା ଏବଂ ବର୍ତମାନ ବହୁଳ ପ୍ରଚାର ପ୍ରସାର କରାଯାଉଥିବା ମିଲେଟଶକ୍ତି ପାଇଁ ଶହ ଶହ କୋଟିଟଙ୍କାର ବ୍ୟୟବରାଦ କରାଯାଇଛି । ମହିଳା ଏବଂ ଶିଶୁ ବିକାଶ ମିଶନର ସମୁଦାୟ ବଜେଟ ଅର୍ଥରୁ ୫୬ ପ୍ରତିଶତ ଅପପୁଷ୍ଟି ରୋକିବା ପାଇଁ ଖର୍ଚ୍ଚ କରାଯାଉଛି । ଏତଦ୍‌ବ୍ୟତୀ ରାଜ୍ୟସକରାର ୩୩୭୪ କୋଟି ଟଙ୍କା ବ୍ୟୟ ବରାଦରେ “ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା”ର ଶୁଭାରମ୍ଭ କରିଛନ୍ତି । କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ଏହା ସତ୍ୱେ ୧୦୦ ରୁ ୬୭ ଜଣ ମହିଳା ଅପପୁଷ୍ଟିର ଶିକାର । “ମୋ ଛତୁଆ” ଏବଂ “ମିଲେଟ ଶକ୍ତି” ଯୋଜନାରେ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ କରିଛି କଂଗ୍ରେସ ।

ମହିଳାମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ୱାସ୍ଥ୍ୟ ଠାରୁ ଶିକ୍ଷା ପର୍ଯ୍ୟନ୍ତ ସବୁରି କ୍ଷେତ୍ରରେ ମାଳ ମାଳ ଯୋଜନା କିନ୍ତୁ ଏ ଯୋଜନାର ସୁଫଳ ରାଜ୍ୟର ମହିଳାମାନଙ୍କୁ ମିଳୁନାହିଁ କାହିଁକି? ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଆଜି ରାଜ୍ୟର ୧୦ଟି ଆଦିବାସୀ ବହୁଳ ଜିଲ୍ଲାରେ ୭୫ ଭାଗରୁ ଅଧିକ ମହିଳା ରକ୍ତହୀନତା ଓ ଅପପୁଷ୍ଟିର ବର୍ଷ ବର୍ଷ ଧରି ଶିକାର ହେଉଛନ୍ତି, କିନ୍ତୁ ରାଜ୍ୟ ସରକାର କହୁଛନ୍ତି ରାଜ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବି କରାଯାଇଛି । ତାଙ୍କର ଆୟ ବହୁ ପରିମାଣରେ ବୃଦ୍ଧି ପାଇଛି । ଯଦି ଆୟ ବୃଦ୍ଧି ପାଇଛି ତାହାଲେ ତାଙ୍କ ପେଟକୁ ମୁଠାଏ ପୃଷ୍ଟିକର ଦାନା ମିଳୁନାହିଁ କାହିଁକି? ଏହାର ଉତର ନବୀନ ବାବୁ ଦେବେକି ବୋଲି ଶ୍ରୀମତୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦିକା ପୁଷ୍ପିତା ଦାଶ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.