ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

add-all

ପୁରୀ: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସର ଉତ୍ତର ଚାରିଦିନ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ନୋଟିସ ହୋଇଛି । ମିଳିଥିବା ସୂଚନା ମୁତାବକ ୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବ। କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବାବେଳେ ଏବେ ଗୁରୁବାର କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରୁଛି । ନିଳାଦ୍ରୀ ବିଜେ ପରଠାରୁ ଏଯାବତ ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସୃଙ୍ଗାର ନୀତି ହୋଇନାହିଁ ।ତେଣୁ ନୋଟିସ ଜାରି କରାଯାଇଛି |

ଅନ୍ୟପଟେ ନୋଟିସକୁ ନେଇ ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର କହିଛନ୍ତି ଯେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ। ଆମେ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ଗୁରୁବାର ପ୍ରସ୍ତୁତ ଥିଲୁ। ହେଲେ ପ୍ରଶାସନର ଅବହେଳା ଯୋଗୁଁ ନୀତି ହୋଇପାରିଲା ନାହିଁ। ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର। ନହେଲେ ସତ୍ତ୍ୱଲିପିକୁ ଉଚ୍ଛେଦ କରିଦିଅନ୍ତୁ ପ୍ରଶାସନ। ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.