ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ

add-all

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ସକ୍ରିୟ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ୨ ଟି ସ୍ଥାନରେ ଅତିପ୍ରବଳ, ୧୦ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତଥ୍ୟ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ୧୩୯ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧା ବୋଲଗଡ଼ରେ ୧୨୮ ମିମି ଏବଂ ବାଙ୍କୀରେ ୯୩ ମିମି ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲାର ପଦମପୁରରେ ୭୬ ଓ ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୭୬ ମିଲିମିଟର ବର୍ଷା ହୋଇଛି।

ଚଳିତ ମୌସୁମୀ ଋତୁରେ, ୧ ଜୁନରୁ ଆଜି ୨୧ ଜୁଲାଇ ମଧ୍ୟରେ ୩୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୪୩୪.୧ ମିମି ତୁଳନାରେ ୧୪ ପ୍ରତିଶତ କମ ରହିଛି। ୬୪୨.୪ ମିମି ସହ ମାଲକାନଗିରିରେ ସର୍ବାଧିକ ୪୧% ଅଧିକ ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨୬୦.୬ ମିମି ସହ ସର୍ବନିମ୍ନ ୪୫% କମ ବର୍ଷା ରେକର୍ଡ ହୋଇଛି। ସେହିପରି ମୌସୁମୀ ସ୍ୱାଭାବିକ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୬.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୬.୬ ମିମି ତୁଳନାରେ ୧ ପ୍ରତିଶତ କମ ରହିଛି।

ad-week
Leave A Reply

Your email address will not be published.