ସ୍ପେଶାଲ ଓଜେଇଇ ରେଜଲ୍ଟ ପ୍ରକାଶିତ

add-all

ଭୁବନେଶ୍ବର: ସ୍ପେଶାଲ ଓଜେଇଇ ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic  ରୁ ଡାଉନ୍‌ଲୋଡ କରିପାରିବେ। ଏହି ପରୀକ୍ଷାର ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ ମିଳିଛି। ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ଡପ୍ଲୋମାରେ ୪,୫୬୮ ଛାତ୍ରଛାତ୍ରୀ, ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ ବିଏସ୍‌ସିରେ ୬୪, ବି ଫାର୍ମାରେ ୨,୪୪୨, ଏମ୍‌ବିଏରେ ୪,୨୮୭, ଏମ୍‌ସିଏରେ ୧,୭୪୩ ଜଣଙ୍କୁ ରାଙ୍କ କାର୍ଡ ମିଳିଛି।

ସୂଚନାଯୋଗ୍ୟ, ସ୍ପେଶାଲ ଓଜେଇଇ ପରୀକ୍ଷା ଗତ ଜୁନ୍‌ ୨୬ରୁ ୨୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୋଟ ୩୩ଟି ସହରର ୪୭ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା। ଏବେ ଛାତ୍ରଛାତ୍ରୀ ସେମାନଙ୍କ ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ରୁ ପାଇପାରିବେ। ଡାଉନଲୋଡ କରିବା ସମୟରେ ନିଜର ଆବେଦନ ନମ୍ବର ଏବଂ ଜନ୍ମତାରିଖ ପ୍ରଦାନ କରିବାକୁ ପଡ଼ିବ।

ad-week
Leave A Reply

Your email address will not be published.