ବନ୍ଧୁକ ମୁନରେ ଅପହରଣ: ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

add-all

ବ୍ରହ୍ମପୁର : ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଦୁଇ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ ।

ଖବର ଅନୁଯାୟୀ, ରାତି ପ୍ରାୟ ୧୦ଟାରେ ପଞ୍ଚୁ ସାହୁ ଓ ତାଙ୍କ ଭାଇ କୃଷ୍ଣ ସାହୁ ଗଞ୍ଜାମ ଥାନାଠାରୁ ମାତ୍ର ଶହେ ମିଟର ଦୂର ପୁଇଁତଳା ଛକସ୍ଥିତ ନିଜ ଦୋକାନରେ ବସିଥିବା ସମୟରେ ଦୁଇଟି କାର୍‌‌ରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଉଠାଇ ନେଇଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଫଳରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁଇଭାଇଙ୍କୁ କେଉଁ କାରଣରୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ad-week
Leave A Reply

Your email address will not be published.