ଦୁଇ ଭାଇଙ୍କୁ କରାଯାଇନାହିଁ ଅପହରଣ,ଟେକି ନେଇଛି କର୍ଣ୍ଣାଟକ ପୁଲିସ

add-all

ବ୍ରହ୍ମପୁର : ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ କରିବା ଅଭିଯୋଗରେ ଆସିଛି ନୂଆ ଟ୍ୱିଷ୍ଟ। ଦୁଇ ଭାଇଙ୍କୁ ଅପହରଣ କରାଯାଇନାହିଁ। ବରଂ ଏକ ମାମଲାରେ ଉଠାଇ ନେଇଛି କର୍ଣ୍ଣାଟକ ପୁଲିସ। ଦୁଇ ଭାଇଙ୍କୁ ବିଶାଖାପାଟଣାର ଏକ ହୋଟେଲରେ ରଖାଯାଇଛି ବୋଲି ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି।

ଗତକାଲି ରାତିରେ ଗଞ୍ଜାମ ପୁଇଁତୋଳା ଛକ ନିକଟସ୍ଥ ଏକ ଦୋକାନରୁ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅପହରଣ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନ ଦେଖା ଦେଇଥିଲା। ଦୋକାନୀ ଏବଂ ସ୍ଥାନୀୟ ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ NH ଅବରୋଧ କରିଥିଲେ। ଆଡସିନାଲ ଏସ୍‌ପି ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଦୁଇ ଭାଇଙ୍କୁ ଫେରାଇ ଆଣିବାକୁ ଆଡସିନାଲ ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ରାସ୍ତରୋକ ହଟିଥିଲା। ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଆଡସିନାଲ ଏସ୍‌ପି ଅଧ୍ୟକ୍ଷତାରେ ଏକ ଟିମ୍‌ ଗଠନ କରିଥିଲେ। ପୁଲିସ ଘଟଣାରେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଦୁଇ ଭାଇଙ୍କୁ କର୍ଣ୍ଣାଟକ ପୁଲିସ ନେଇ ଯାଇଥିବା ଜଣାପଡ଼ିଥିଲା।

ତେବେ କର୍ଣ୍ଣାଟକ ପୁଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅପହରଣ ହୋଇଥିବା ଦୁଇ ଭାଇଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। କର୍ଣ୍ଣାଟକ ପୁଲିସ ଦୁଇ ଭାଇଙ୍କ ଉଠାଇ ନେବା ପୂର୍ବରୁ ଗଞ୍ଜାମ ପୁଲିସକୁ ଜଣାଇଥିଲା କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.