ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ: କୋର୍ଟ ପରିସରରେ କେବଳ ଗାନ୍ଧିଙ୍କ ଫଟୋ ରହିବ

add-all

ଚେନ୍ନାଇ : ତାମିଲନାଡୁ ଓ ପୁଡୁଚେରୀରେ ଥିବା କୋର୍ଟଗୁଡ଼ିକ କେବଳ ଗାନ୍ଧିଜୀ ଓ ତାମିଲ କବି ତଥା ସନ୍ଥ ଥିରୁଭାଲ୍ଲୁବାରଙ୍କ ଛବି ଲଗାଇ ପାରିବେ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।
ସମସ୍ତ ଜିଲ୍ଲା କୋର୍ଟକୁ ପଠାଯାଇଥିବା ସର୍କ୍ୟୁଲାର୍‌ରେ ଅଲାନ୍ଦୁର ଠାରେ ଥିବା ବାର ଆସୋସିଏସନକୁ ବିଆର ଆମ୍ବେଦକରଙ୍କ ଫଟୋ ହଟାଇବା କାଞ୍ଚିପୁରମ ପ୍ରିନ୍ସିପାଲ ଜିଲ୍ଲା ଜଜ୍‌ କୁହନ୍ତୁ ବୋଲି ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ପରାମର୍ଶ ଦେଇଛନ୍ତି। ଏଠାରେ ଥିବା ମିଳିତ କୋର୍ଟ କମ୍ପ୍ଲେକ୍ସର ପ୍ରବେଶ ହଲ୍‌ରେ ଆମ୍ବେଦକରଙ୍କ ଫଟୋ ଚିତ୍ରକୁ ବାର ଆସୋସିଏସନ ଲଗାଇଥିଲା।
ଆମ୍ବେଦକର ଓ ଆସୋସିଏସନ ସହ ଜଡ଼ିତ ବରିଷ୍ଠ ଆଇନଜୀବୀଙ୍କ ଫଟୋ କୋର୍ଟ କମ୍ପ୍ଲେକ୍ସରେ ଲଗାଇବାକୁ ଅନୁମତି ଲୋଡ଼ା ଯାଇଥିଲା। ଏନେଇ ଏପ୍ରିଲ ୧୧ରେ ହୋଇଥିବା ବୈଠକରେ ହାଇକୋର୍ଟର ପୂର୍ଣ୍ଣକାଳୀନ ବେଞ୍ଚ ସମସ୍ତ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲେ।
ଏ ସଂକ୍ରାନ୍ତରେ ପୂର୍ବରୁ ପୂର୍ଣ୍ଣକାଳୀନ କୋର୍ଟ ମିଟିଂରେ ପାରିତ ହୋଇଥିବା ସଂକଳ୍ପ ସମ୍ପର୍କରେ ମଧ୍ୟ ସର୍କ୍ୟୁଲାର୍‌ରେ କୁହାଯାଇଛି। ୨୦୧୦ ମାର୍ଚ୍ଚ ୧୧, ୨୦୧୩ ମସିହା ଏପ୍ରିଲ ୨୭ ଓ ନିକଟରେ ଚଳିତ ବର୍ଷ ଏପ୍ରିଲ ୧୧ରେ ବୈଠକ ବସିଥିଲା।
ସବୁ ବୈଠକରେ ଗାନ୍ଧି ଓ ଥିରୁଭାଲ୍ଲୁବାରଙ୍କ ଛବି କିମ୍ବା ଷ୍ଟାଚ୍ୟୁକୁ ଛାଡ଼ି ଦେଲେ, କୋର୍ଟ ପରିସରରେ ଆଉ କାହାର ଛବି ଲାଗି ପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ସମସ୍ତ କୋର୍ଟଗୁଡ଼ିକୁ ଏହାକୁ ପାଳନ କରିବାକୁ କୁହାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏଥିରେ ସତର୍କ କରାଇ ଦିଆଯାଇଛି।

ad-week
Leave A Reply

Your email address will not be published.