ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ତିନି ବର୍ଷର ଶିଶୁ ଉଦ୍ଧାର

add-all

ପାଟନା : ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ। ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍। ଆଜି(ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରିରଖିଥିଲେ।
ଶିଶୁଟିକୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଲେଖାହେବା ସୁଦ୍ଧା ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ମିଳିନଥିଲା।
ପ୍ରାଥମିକ ଅବସ୍ଥାରେ ଜଣେ ଅଧିକାରୀ କହିଥିଲେ ଯେ, “ଉଦ୍ଧାର କାର୍ଯ୍ୟର ନିରାପତ୍ତା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଞ୍ଚଳକୁ ନଜରରେ ରଖାଯାଇଛି। NDRF ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଶିଶୁକୁ ଉଦ୍ଧାର କରାଯିବା ପରେ ତୁରନ୍ତ କିପରି ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ସେଥିପାଇଁ ଅମ୍ଳଜାନ ସୁବିଧା ସହ ମେଡିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।”

ad-week
Leave A Reply

Your email address will not be published.