ପରିବାର ଲୋକଙ୍କୁ ହଇରାଣ ନକରିବାକୁ ନିବେଦନ କଲେ ପାକିସ୍ତାନ ଯାଇଥିବା ଅଞ୍ଜୁ; ଜାରି କଲେ ଭିଡିଓ

Independence

ଇସ୍‌ଲାମ୍‌ବାଦ୍‌: ପ୍ରେମ ପାଇଁ ଭ‌ାରତରେ ନିଜ ସ୍ବାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଚର୍ଚ୍ଚା ‌ଏବେ ଚାରିଅ‌ାଡ଼େ ହେଉଛି। ତାଙ୍କୁ ନେଇ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି। ଭାରତରୁ ଅଞ୍ଜୁ ନିଜ ପ୍ରେମିକ ନାସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ତାଙ୍କୁ ନିକଟରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ସହ ତୁଳନା କରାଯାଉଛି। ତେବେ ଏହି କଥାକୁ ବିରୋଧ କରିଛନ୍ତି ଅଞ୍ଜୁ। ସେ ତାଙ୍କର ସଫେଇ ଦେଇ କହିଛନ୍ତି କି ସୀମାଙ୍କ ପରି ସେ ବେନିୟମ୍‌ ଭାବେ ଦେଶ ପାର୍‌ କରି ଯାଇନାହାନ୍ତି।
ବର୍ତ୍ତମାନ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ସେ ନିଜେ ରେକର୍ଡ କରିଛନ୍ତି। ଏଥିରେ ସେ ୱାଘା ସୀମାରୁ ପାକିସ୍ତାନ ସୀମାରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓରେ ଅଞ୍ଜୁ କହିଛନ୍ତି କି ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଶୀଘ୍ର ଫେରିବେ।
ସେ ଭିଡିଓରେ ଆହୁରି ବି କହିଛନ୍ତି, ‘ସମସ୍ତଙ୍କୁ ଏହା କହିବାକୁ ଚାହୁଁଛି ଯେ ମୁଁ ପୂରା ଆଇନ୍‌ ଅନୁଯାୟୀ ପାକିସ୍ତାନ ଆସିଛି। ମୁଁ ମୋର ଯୋଜନା ମୁତାବକ ଆସିଛି। ଏହା କେଉଁ ୨ ଦିନର କଥା ନୁହେଁ ଯେ ମୁଁ ଅଚନକ ଆସିଗଲି। ମୁଁ ଏଠାରେ ସୁରକ୍ଷିତ ଅଛି ଓ କିଛି ଅସୁବିଧା ନାହିଁ ମୋର।’
‘ମୁଁ ଯେପରି ଆସିଛି ସେପରି ଫେରିଯିବି। ଦୟାକରି ମୋ ପରିବାର ଲୋକଙ୍କୁ ହଇରାଣ କରନ୍ତୁ ନାହିଁ। ମୁଁ ସବୁବେଳେ ଉପଲବ୍ଧ ଅଛି, ମୋତେ ଯୋଗାଯୋଗ କରନ୍ତୁ। ମୋ ପରିବାର ଲୋକଙ୍କୁ ଆଡୁସାଡୁ ପଚାରନ୍ତୁନି। ମୁଁ ଏଠାକୁ କେବଳ ବୁଲିବାକୁ ଆସିଛି’ ବୋଲି ଅଞ୍ଜୁ କହିଥିବାର ଶୁଣିବାକୁ ମିଳିଛି।

ad-week
Leave A Reply

Your email address will not be published.