ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ

add-all

ତୁରା: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଆଜି ଉତ୍ତ୍ୟକ୍ତ ଜନତା ପଣି ଗଣ୍ଡଗୋଳ କରିଛନ୍ତି। ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ, ମୁଖ୍ୟମନ୍ତ୍ରୀ ସାଙ୍ଗମା ସୁରକ୍ଷିତ ଅଛନ୍ତି ଏବଂ ସେ ଏବେ ବି ତୁରାସ୍ଥିତ ତାଙ୍କ କାର୍ଯ୍ୟାଳୟ ଭିତରେ ଅଛନ୍ତି। ସୂଚନା ଅନୁସାରେ ଶତାଧିକ ଲୋକ ଏହି ପରିସରକୁ ଘେରି ରହିଛନ୍ତି।
ତୁରାରେ ଶୀତକାଳୀନ ରାଜଧାନୀ ଦାବିରେ ଗାରୋ ହିଲ୍‌ସସ୍ଥିତ ନାଗରିକ ସମାଜ ସଙ୍ଗଠନ ଅନଶନରେ ବସିଛନ୍ତି।

ad-week
Leave A Reply

Your email address will not be published.