ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ, ମା ଗୁରୁତର

add-all

ଉଦଳା: ସାପ କାମୁଡ଼ାରେ ଗଲା ଶିଶୁ ପୁତ୍ରର ଜୀବନ। ଗୁରୁତର ଅବସ୍ଥାରେ ମା ମିନତୀ ମହାକୁଡ଼ଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦଳା ଶରତ ଥାନା କଟୁରିଆ ଗାଁରେ ଏହି ଅଘଟଣ ଘଟିଛି।

ଗତକାଲି ରାତିରେ ମିନତୀ ନିଜ ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଚିତି ସାପ ଘରେ ପଶି ଦୁଇ ଜଣଙ୍କୁ କାମୁଡ଼ି ଦେଇଥିଲା। ମିନତୀଙ୍କ ସ୍ୱାମୀ ମାଆ ଓ ପୁଅ ଦୁଇ ଜଣଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମା ମିନତୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ad-week
Leave A Reply

Your email address will not be published.