କେନ୍ଦ୍ର ମନ୍ତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍‌ କରି ବନ୍ଧା ହେଲେ ୨ ଯୁବକ

add-all

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀଙ୍କ ଫୋନ୍‌କୁ ଆସିଲା ଅଶ୍ଳୀଳ ଭିଡିଓ କଲ୍‌ । କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଏପରି ଅଶ୍ଳୀଳ ଭିଡିଓ କଲ୍‌ କରିଥିବା ଏକ ଗ୍ୟାଙ୍ଗର ୨ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ଥିବା ଜଣାଯାଇଛି।
କେନ୍ଦ୍ରୀୟ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ବ୍ୟକ୍ତିଗତ ସଚିବ ଆଲୋକ ମୋହନ ଏନେଇ ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଉକ୍ତ ଅଭିଯୋଗ ଅନୁଯାୟୀ ମନ୍ତ୍ରୀଙ୍କ ଫୋନ୍‌କୁ ଏକ ଅଜଣା ନମ୍ବରରୁ ଭିଡିଓ କଲ୍‌ ଆସିଲା। ମନ୍ତ୍ରୀଜଣକ ଫୋନ୍‌ ଉଠାଇ ଦେବାରୁ ହଠାତ୍‌ ଅପର ପାଶ୍ୱରେ ପର୍ଣ୍ଣ ଭିଡିଓ ଚାଲିବାକୁ ଲାଗିଲା। ଏହାପରେ ମନ୍ତ୍ରୀ ପଟେଲ ତୁରନ୍ତ କଲ୍‌ କାଟି ଦେଇଥିଲେ।
ଦିଲ୍ଲୀ ପୁଲିସ୍‌ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ଛାନଭିନ କରି ମୋହମ୍ମଦ ଓକିଲ ଓ ମୋହମ୍ମଦ ସାହିବ ନାମକ ଦୁଇ ଅଭିଯୁକ୍ତଙ୍କୁ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ହେଲେ ଏହି ଘଟଣାର ମାଷ୍ଟରମାଇଣ୍ଡ ସାବିର ଫେରାର ହୋଇ ଯାଇଛନ୍ତି।
ଏହି ଗ୍ୟାଙ୍ଗର ସଦସ୍ୟ ଅଶ୍ଳୀଳ ଭିଡିଓ କଲ୍‌ କରି ଲୋକଙ୍କୁ ବ୍ଲାକମେଲ୍‌ କରୁଥିବା ଜଣାଯାଇଛି। ପୁଲିସ୍‌ ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ad-week
Leave A Reply

Your email address will not be published.