ଓଡିଶା ହାଇକୋର୍ଟରେ ପ୍ରଥମ ଘଟଣା: ଓଡ଼ିଆରେ ରାୟ ପ୍ରଦାନ କଲେ ଜଷ୍ଟିସ ଡ଼.ସଞ୍ଜୀବ କୁମାର ପାଣିଗ୍ରାହୀ

add-all

କଟକ: ଓଡ଼ିଶା ହାଇକୋର୍ଟ ଆଜି ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏପଟେ ହାଇକୋର୍ଟର ସଫଳତାରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।  ଓଡ଼ିଆ ଭାଷାରେ ପ୍ରକାଶ ପାଇଛି ହାଇକୋର୍ଟଙ୍କ ପ୍ରଥମ ରାୟ । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି ।

ଓଡ଼ିଆ ଭାଷାର ଏହି ରାୟ ୪୧ ପୃଷ୍ଠାର ଥିଲା । ଜୁଲାଇ ୧୯ ତାରିଖରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ କରିଥିଲେ । ମଙ୍ଗଳବାର ଏହି ରାୟ ପ୍ରକାଶ ପାଇଛି ।

ନ୍ୟାୟିକ ପ୍ରକ୍ରିୟା ସାଧାରଣତଃ ଲୋକଙ୍କ ପାଇଁ ଦୁର୍ବୋଧ୍ୟ ହୋଇଥାଏ । ଅଦାଲତି ରାୟ ସେମାନେ ବୁଝି ପାରନ୍ତି ନାହିଁ । ହେଲେ  ଓଡ଼ିଆରେ ରାୟ ପ୍ରକାଶ ପାଇଲେ ଏହା ସାଧାରଣ ଲୋକଙ୍କ ପାଇଁ ଆଉ ଅବୁଝା ହୋଇ ରହିବ ନାହିଁ ବୋଲି ଆଶା କରାଯାଉଛି।

ସୂଚନାଥାଉ କି, ଗତ ଫେବ୍ରୁଆରି ୩ରେ ରାଜ୍ୟର ୧୦ଟି ଜିଲ୍ଲାରେ  ଭର୍ଚୁଆଲ ହାଇକୋର୍ଟ ଉଦଘାଟନ ଅବସରରେ  ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଭର୍ଚୁଆଲି ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟର ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ପାଇଁ ମାଡ୍ରାସ ଆଇଆଇଟି ସହଯୋଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କ ନେତୃତ୍ବରେ ଓଡ଼ିଶା ହାଇକୋର୍ଟ ଏହାର ରାୟର ଓଡ଼ିଆ ଅନୁବାଦ ପାଇଁ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରଧାନ ବିଚାରପତି ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।

ପ୍ରଧାନ ବିଚାରପତି ସେଦିନ  କହିଥିବା କଥା ଆଜି କାର୍ଯ୍ୟକାରୀ ହୋଇଛି । ନ୍ୟାୟମୂର୍ତ୍ତି ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ ଓଡ଼ିଆ ଭାଷାରେ ହାଇକୋର୍ଟର ଏହି ପ୍ରଥମ ରାୟକୁ ପ୍ରକାଶ କରିଛନ୍ତି  ।

ad-week
Leave A Reply

Your email address will not be published.