ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି

add-all

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ ସ୍ବୀକାର କରିବାକୁ ରାଜି ଅଛନ୍ତି ବୋଲି କହିଥିବା ସୂଚନା ମିଳିଛି।  କ୍ରାଇମବ୍ରାଞ୍ଚ ପକ୍ଷରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଚୌଦ୍ୱାର ଜେଲରୁ କୋର୍ଟକୁ ଅଣାଯାଇଥିଲା।

ଏହି ମାମଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ)ଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 8ରେ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଗୋପାଳଙ୍କୁ ଆଜି ତାରିଖ ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଏବେ ଏହି ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ଆଇନଜୀବୀ ନରେଶ ନାୟକ କହିଛନ୍ତି, ମୋତେ ଷ୍ଟେଟ ଡିଫେନ୍ସ ଓକିଲ ଭାବେ ଗୋପାଳର ମାମଲା ପାଇଁ ନିଯୁକ୍ତି ଦିଆଯାଇଛି। ପୁଲିସ କୋର୍ଟରେ ଦାଖଲ କରିଥିବା ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ମୁଁ ପରବର୍ତ୍ତୀ ପଦକ୍ଷେପ ନେବି।

ଗୋପାଳ କୋର୍ଟରେ ନିଜ ପକ୍ଷ ରଖିବାକୁ କୌଣସି ଓକିଲ ନଥିବା କହିବାରୁ ଷ୍ଟେଟ ଡିଫେନ୍ସ ଓକିଲ ଭାବେ ନରେଶ ନାୟକଙ୍କୁ ଗୋପାଳ ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି। ଗୋପାଳ ଆଜି କୋର୍ଟରେ ନିଜର ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ଥିଲା। ଏହି ସମୟରେ ବିଚାରପତି କହିଥିଲେ ଏବେ ନୁହେଁ ଚାର୍ଜ ଫ୍ରେମ୍ ବେଳେ ଯାହା କହିବେ। ତେବେ ପରବର୍ତ୍ତୀ ଶୁଣାଣି ସମୟରେ ଏଡିଜେ କୋର୍ଟରେ ତାଙ୍କର ସ୍ୱୀକାରୋକ୍ତି ରଖିବାକୁ କୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍ ଦାଖଲ କରିଛି। ଗୋପାଳ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ବେଳେ ପୂର୍ବ ଶତ୍ରୁତାରୁ ଗୋପାଳ ଏଭଳି ଏକ କାଣ୍ଡ ଭିଆଇଛି ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.