ଶ୍ରୀଲଙ୍କାରେ ସାମରିକ ଘାଟି ପ୍ରତିଷ୍ଠା କରିବ ଚୀନ !

add-all

ବେଜିଂ: ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ନୌସେନା ଘାଟି ସ୍ଥାପନ କରିବାକୁ ଯାଉଛି ଚୀନ୍ । ଏହି ଦୁଇ ଦେଶ ଚୀନର ଋଣ ଭାରରେ ବୁଡି ରହିଛନ୍ତି । ଏଭଳି ସ୍ଥିତିରେ ଚୀନ ଏହି ଦୁଇ ଦେଶର ଆଭ୍ୟନ୍ତରୀଣ ଓ ବିଦେଶ ନୀତିକୁ ପ୍ରଭାବିତ କରି ସାମରିକ ଘାଟି ପାଇଁ ଅନୁମତି ହାସଲ କରିଛି ।
ଏକ ବ୍ରିଟିଶ ଗୁଇନ୍ଦା ଏଜେନ୍ସିର ରିପୋର୍ଟରୁ ଜଣାପଡିଛି ଯେ ଶ୍ରୀଲଙ୍କା ଓ ପାକିସ୍ତାନରେ ନିଜର ପ୍ରଭାବକୁ ବ୍ୟବହାର କରି ଚୀନ ସେଠାରେ ନିଜର ସାମରିକ ଘାଟି ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି । ଏପରି ହେଲେ ତାହା ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ବିଶେଷକରି ଶ୍ରୀଲଙ୍କାରେ ସାମରିକ ଘାଟି ପ୍ରତିଷ୍ଠା ହେଲେ ତାହା ଭାରତ ମହାସାଗରରେ ଭାରତୀୟ ନୌସେନାର ପ୍ରଭାବକୁ କ୍ଷୁର୍ଣ୍ଣ କରିବ ।
ଚୀନର ଏକମାତ୍ର ବିଦେଶୀ ସାମରିକ ଘାଟି ଆଫ୍ରିକୀୟ ଦେଶ ଜିବୁତିରେ ରହିଛି । ୨୦୧୬ରେ ପିପୁଲ୍ସ ଲିବରେସନ ଆର୍ମି ନୌସେନା ୫୯୦ ନିୟୁତ ଡଲାର ବ୍ୟୟରେ ପୂର୍ବ ଆଫ୍ରିକାର ଜିବୁତିଠାରେ ନିଜର ପ୍ରଥମ ବିଦେଶୀ ସାମରିକ ଘାଟି ସ୍ଥାପନ କରିଥିଲା। ଏହି ସାମରିକ ଘାଟିରେ ୨୦୦୦ରୁ ଅଧିକ ଚୀନ୍ ନୌସେନା ସୈନିକ ଏବଂ ଅନେକ ଯୁଦ୍ଧ ଜାହାଜ ସର୍ବଦା ମୁତୟନ ରହିଥାନ୍ତି । ତେବେ ଚୀନ କହୁଛି ଯେ ସାମୁଦ୍ରିକ ଦସ୍ୟୁଙ୍କ ଆକ୍ରମଣରୁ ନିଜ ଜାହାଜକୁ ରକ୍ଷା କରିବାକୁ ଏହି ଘାଟି ଖୋଲାଯାଇଛି । କିନ୍ତୁ ସୁରକ୍ଷା ଏଜେନ୍ସିମାନେ ଏହାକୁ ନେଇ ସନ୍ଦିହାନ ଅଛନ୍ତି । ସୂଚନାଯୋଗ୍ୟ ଯେ, ପାଖାପାଖି ୫୦୦ ଜାହାଜ ଥିବା ଚୀନ ନୌସେନାକୁ ଏବେ ବିଶ୍ୱର ସର୍ବବୃହତ ନୌସେନା କୁହାଯାଉଛି ।

ad-week
Leave A Reply

Your email address will not be published.