ସାମ୍ବାଦିକ ସମ୍ମିଳନୀରେ ମୁହାଁ ମୁହିଁ ହେଲେ ସିନେ ପ୍ରଯୋଜକ

add-all

ଭୁବନେଶ୍ବର: ଉତ୍କଳ ସିନେ ଚାମ୍ବର ଅଫ କମର୍ସରେ ସାମ୍ବାଦିକ ସମ୍ମିଳନୀରେ ମୁହାଁମୁହିଁ ହେଲେ ପ୍ରଯୋଜକ । ସଂଘ ଟୁଟୁ ନାୟକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରୁଥିଲା । କିନ୍ତୁ ଠିକ୍ ଏହି ସମୟରେ ଟୁଟୁ ନାୟକ ଓ ତାଙ୍କ ସମର୍ଥକ ସାମ୍ନାକୁ ଆସି ଅଭିଯୋଗ ମିଥ୍ୟା ବୋଲି ଦାବି କରିଥିଲେ । ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଓ ହାତାହତି ପରିସ୍ଥିତି ଦେଖା ଯାଇଥିଲା ।

ସଂଘ ଅଭିଯୋଗ ମୁତାବକ ଟୁଟୁଙ୍କ ବାପା ବସନ୍ତ ନାୟକ ବିଶୃଙ୍ଖଳତି ଆଚରଣରେ ସଂଘକୁ ନିଜ ମନ ମୁତାବକ ଚଲାଉଥିଲେ। ଅପରପକ୍ଷେ ଟୁଟୁ ନାୟକଙ୍କ କହିବା ଅନୁଯାୟୀ ଓସିସି ସଂଘ ଥିବା ବେଳେ OPA ସାଙ୍ଗ ଟଙ୍କା ଆଦାୟ କରୁଛି। କିଛି ସମୟ ପାଇଁ ସଭା ଗୃହରେ ଚାପା ଉତ୍ତେଜନା ଦେଖା ଯାଇଥିଲା । ଘଟଣାକୁ ପୋଲିସ ଆୟତ୍ତ କରିଛି । ଟୁଟୁ ନାୟକଙ୍କ ସମର୍ଥକଙ୍କ ଅଭିଯୋଗ ଅନୁଯାୟୀ OCC କୌଣସି ପ୍ରକାରର ନିର୍ବାଚନ ହୋଇନି । କିପରି ଜଣେ ସଭାପତି ଓ ସମ୍ପାଦକ ନିର୍ବାଚିତ ହେଲେ ତାହା କାହାକୁ ଜଣାନାହିଁ । ଏହାକୁ ନେଇ ଆଜି ଦେଖିବାକୁ ମିଳିଛି ଉତ୍ତେଜନା।

ad-week
Leave A Reply

Your email address will not be published.