ବ୍ୟାଙ୍କ ଋଣ ଦେବା ନାଁରେ ବଡ ଧରଣର ଠକେଇ ମାମଲା: ପୂର୍ବତନ ମ୍ୟାନେଜରଙ୍କୁ ଗିରଫ କଲା EOW

Independence

ଭୁବନେଶ୍ବର: ବ୍ୟାଙ୍କ ଲୋନ୍ ଦେବା ନାଁରେ ବଡ଼ ଧରଣର ଠକେଇ ମାମଲା । ବନ୍ଧା ହେଲେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ଵୟମ୍ ପ୍ରକାଶ ପରିଡା । ସ୍ୱୟମଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ତାଙ୍କ ନାଁରେ ୧ କୋଟି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ୨୦୧୫ରୁ ୨୦୧୭ ମଧ୍ୟରେ ଲୋନ୍ ଦେବା ନାଁରେ ଠକେଇ କରିଥିଲେ ସ୍ଵୟମ୍ । ନକଲି କାଗଜପତ୍ର ଦେଇ ଭିନ୍ନ ଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲୋନ୍ ମଞ୍ଜୁର କରାଯାଇଥିଲା । ଭାରତ ମୋଟର୍ସ, ସିଟି ମୋଟର୍ସ, ଆଦିତ୍ୟ ମୋଟର୍ସ, ଉତ୍କଳ ମୋବାଇଲ୍, ରାଜପଥ କେଟିଏମ୍ ନାଁରେ ସିଣ୍ଡିକେଟ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଇତ୍ୟାଦି ବ୍ୟାଙ୍କ ଗୁଡ଼ିକରେ ଜାଲ୍ ଡ଼କ୍ୟୁମେଣ୍ଟ ଜରିଆରେ ଆକାଉଣ୍ଟ ଖୋଲି ଲୋନ୍ ପ୍ରଦାନ କରାଯାଇଥିଲେ । ଏଥିରେ ୨୪ଟି ଗାଡି ଲୋନ ଓ ସିସି ଲୋନ ସାମିଲ ରହିଥିଲା । ଏନେଇ ଅଭିଯୋଗ ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଶେଷରେ ତଦନ୍ତ କରି ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ad-week
Leave A Reply

Your email address will not be published.