ଏସୀୟ ଯୁବ ଭାରୋତ୍ତୋଳନ: ଜ୍ୟୋତ୍ସ୍ନାଙ୍କୁ କାଂସ୍ୟ

add-all

ଭୁବନେଶ୍ବର: ଉତ୍ତରପ୍ରଦେଶ‌ର ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର। ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍‌ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ ମୋଟ ୧୧୯ କିଲୋଗ୍ରାମ ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ। ଗତ ମାର୍ଚ୍ଚ ମାସରେ ଜ୍ୟୋତ୍ସ୍ନା ବିଶ୍ବ ଯୁବ ଭାରୋତ୍ତୋଳନରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବାବେଳେ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରୁ ୩ ସ୍ବର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟର ଗୌରବ ବଢ଼ାଇଥିଲେ।

ad-week
Leave A Reply

Your email address will not be published.