ରାଜ୍ୟ ସରକାର ସବୁଜ ପତ୍ରିକାଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି: ମନମୋହନ

add-all

ଭୁବନେଶ୍ୱର: ଦେଶର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୯୮୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ‘ସବୁଜ ପତ୍ରିକା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାକୁ ସଫଳ କରିବା ଏବଂ ଅସ୍ତ୍ରୋପଚାର ହେଉଥିବା ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ସବୁଜ ପତ୍ରିକାଧାରୀ’ଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଯୋଜନା ସୁରୁଖୁରରେ ଚାଲିଥିବାବେଳେ ରାଜ୍ୟ ସରକାର ୨୦୧୨ ମସିହାରେ ଏହାକୁ ହଠାତ୍ ବନ୍ଦ କରିଦେବା ସହ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ବନ୍ଦ କରିଦେଇଛନ୍ତି। ବନ୍ଦ କରାଯାଇଥିବା ଏହି ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବା ଦାବିରେ ‘ସବୁଜ ପତ୍ରିକାଧାରୀ’ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଏହାସହ ପୂର୍ବଭଳି ସବୁଜ ପତ୍ରିକାଧାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଶ୍ରୀ ସାମଲ ଦାବି କରିଛନ୍ତି।

ଆଜି ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ରାଜ୍ୟ ସଭାପତି ପ୍ରଭାକର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସମସ୍ତ ଜିଲ୍ଲା ସଭାନେତ୍ରୀ, ସଂପାଦକ ଓ କୋଷାଧ୍ୟକ୍ଷମାନଙ୍କ ଏକ ପ୍ରତିନିଧି ଦଳ ଶ୍ରୀ ସାମଲଙ୍କୁ ଭେଟି ତାଙ୍କ ଦାବି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଦଳର ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ସମ୍ପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.