ଭ୍ୟାନ୍‌ ଓଲଟି ୧୨ କାଉଡ଼ିଆ ଆହତ, ଜଣେ ଗୁରୁତର

Independence

ଆନନ୍ଦପୁର: ପୁଣି ଦୁର୍ଘଟଣାର ଶିକାର ହେଲା କାଉଡ଼ିଆଙ୍କ ଗାଡି଼। ଘଷିପୁରା ଥାନା ଗୋହିରା ନିକଟରେ ଓଲଟିଲା କାଉଡ଼ିଆଙ୍କ ଭ୍ୟାନ୍‌। ଘଟଣାରେ ୧୨ କାଉଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ରହିଛି। ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଛି।

ସୂଚନା ମୁତାବକ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ। ସେହି ସମୟରେ ଘଷିପୁରା ଥାନା ଗୋହିରା ନିକଟରେ ଗାଡ଼ି ଦୁର୍ଘଟଣା ଘଟିଥିଲା। ଗୋଟିଏ ଟାଟା ମାସ୍କିମା ଗାଡ଼ି ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.