ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥାର ସଂପୂର୍ଣ୍ଣ ବିପର୍ଯ୍ୟୟ ହୋଇଯାଇଛି: ଡିଜିପିଙ୍କୁ ସମନ କଲେ ସୁପ୍ରିମ୍‌କୋର୍ଟ

add-all

ନୂଆଦିଲ୍ଲୀ: ମଣିପୁର ହିଂସା ଘଟଣାରେ ତଦନ୍ତର ଅସ୍ଥିରତାକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛନ୍ତି। ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତଦନ୍ତରେ ଅଗ୍ରଗତି ହୋଇ ନଥିବାରୁ ବହୁ ସମୟ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାରିକୁ ଗିରଫ କରା ଯାଇନାହିଁ। ଏ ପରିସ୍ଥିତିରେ ମଣିପୁରରେ ପ୍ରଚଳିତ ଆଇନ ଶୃଙ୍ଖଳା ପରିସ୍ଥିତି ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଅଗଷ୍ଟ ୭ (ସୋମବାର) ଅପରାହ୍ନ ୨ଟାରେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଦର୍ଶାଇଛନ୍ତି ଯେ ପୂରା ଘଟଣାର ତଦନ୍ତ ପ୍ରକ୍ରିୟା ଅତ୍ୟନ୍ତ ଅସ୍ଥିର ରହିଛି। ଗିରଫ କିମ୍ବା ଠୋସ୍‌ ଫଳାଫଳ କ୍ଷେତ୍ରରେ କୌଣସି ଅଗ୍ରଗତି ହୋଇନାହିଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ରାଜ୍ୟ ପୁଲିସ ଏହି ମାମଲାର ତଦନ୍ତ କରିବାରେ ଅସମର୍ଥ। ୬ ହଜାରରୁ ଅଧିକ ଏଫଆଇଆର ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ଗିରଫଦାରୀ ସଂଖ୍ୟା କମ ରହିଛି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।
ମଣିପୁରରେ ଗତ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ଜାତିଗତ ସଂଘର୍ଷ ଓ ହିଂସାକାଣ୍ଡ ଏବେବି ଜାରି ରହିଛି। ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଣିପୁର ହିଂସା ସମ୍ପର୍କିତ ଆବେଦନର ଆଜି ଶୁଣାଣି କରିଥିଲେ।
ଅଦାଲତ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟରେ ପରିସ୍ଥିତି ଆଇନ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ହ୍ରାସ କରିଛି। ରାଜ୍ୟ ପୁଲିସ ତଦନ୍ତ କରିପାରୁନାହିଁ। ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ହରାଇଛି। ଆଇନ ଶୃଙ୍ଖଳା ଆଦୌ ନାହିଁ। ଯଦି ଆଇନ ଶୃଙ୍ଖଳା ବ୍ୟବସ୍ଥା ଲୋକଙ୍କୁ ସୁରକ୍ଷା ଦେଇପାରିବ ନାହିଁ, ତେବେ ନାଗରିକଙ୍କ କ’ଣ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି?

ad-week
Leave A Reply

Your email address will not be published.