ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ ଓ ପରୀକ୍ଷା ପ୍ରଣାଳୀ

add-all

ଭୁବନେଶ୍ୱର: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟକ୍ରମ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ଅଣାଯାଉଛି। ଏଣିକି ୨୦୨୩-୨୪ ଶିକ୍ଷାବର୍ଷରୁ ସିବିଏସ୍‌ଇ ଢାଞ୍ଚାରେ +୨ ବିଜ୍ଞାନ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନ ବିଷୟର ସିଲାବସ୍ ବଦଳିଛି।

ଏହାପୂର୍ବରୁ ସିବିଏସଇ ବାଦ୍ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି। ଉପରୋକ୍ତ ବିଷୟରେ ନିୟମିତ ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମ ଅନୁସାରେ ୨୦୨୪ ବାର୍ଷିକ +୨ ପରୀକ୍ଷା ଦେବେ। ଏହାସହ ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ।

ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କଳା ଓ ବାଣିଜ୍ୟ ବିଭାଗ ବିଷୟଗୁଡିକ ୨୦୨୪ ବାର୍ଷିକ ପରୀକ୍ଷା ପାଇଁ ଅପରିବର୍ତ୍ତିତ ରହିଛି। ସେହିପରି ୨୦୨୩-୨୪ ଶିକ୍ଷାବର୍ଷରେ ଗଣିତ ବିଷୟ ନେଇଥିବା ଏକାଦଶ ବା ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନୂଆ ପାଠ୍ୟକ୍ରମ ଅନୁସାରେ ହେବ। ଦ୍ୱାଦଶ ବା ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମରେ ପରୀକ୍ଷା ଦେବେ।

ad-week
Leave A Reply

Your email address will not be published.