କ୍ରିକେଟ୍ ବିଶ୍ବକପ୍‌ ସେମିଫାଇନାଲ୍ : ୱାଙ୍ଖଡେରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

add-all

ମୁମ୍ବାଇ: ଭାରତରେ ଅକ୍ଟୋବର ଓ ନଭେମ୍ବରରେ ଖେଳାଯିବ ଏକଦିବସୀୟ ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଗୋଟିଏ ସେମିଫାଇନାଲ୍‌ (ନଭେମ୍ବର ୧୫) ସହ ୫ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକର ଟିକେଟ୍‌ ମୂଲ୍ୟ ନିର୍ଦ୍ଧାରଣ ମଙ୍ଗଳବାର ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ)ର ଆପେକ୍ସ କାଉନସିଲ ବୈଠକରେ ହୋଇଛି। ଏମ୍‌ସିଏ ଏହାକୁ ବିସିସିଆଇ ନିକଟକୁ ଅନୁମୋଦନ ପାଇଁ ପଠାଇ ଦେଇଛି। ସେମିଫାଇନାଲ୍‌ ପାଇଁ ହସ୍‌ପିଟାଲିଟି ବକ୍ସର ପ୍ରତି ଟିକେଟର୍‌ ମୂଲ୍ୟ ୪୫ ହଜାର ଟଙ୍କା ରହିଛି। ସଚିନ ତେନ୍ଦୁଲକର ଓ ଦିଲୀପ ଭେଙ୍ଗସରକାର ଷ୍ଟାଣ୍ଡର ହସ୍‌ପିଟାଲିଟି ସିଟ୍‌ ଲେବଲ୍‌-୨ର ମୂଲ୍ୟ ୪୦ ହଜାର ରଖାଯାଇଛି।
ଏହି ‌ଷ୍ଟାଣ୍ଡର ଲେବଲ୍‌-୧ ଓ ଲେବଲ-୩ର ଟିକେଟ୍‌ ମୂଲ୍ୟ ଯଥାକ୍ରମେ ୫ ଓ ୪ ହଜାର ରଖିବା ଲାଗି ପ୍ରସ୍ତାବ ଦେଇଛି ଏମ୍‌ସିଏ। ସେହିପରି ସେମିଫାଇନାଲ୍‌ ଲାଗି ଭିଠଲ ‌ଦିଭେଚା ପାଭିଲିୟନ ଓ ବିଜୟ ମର୍ଚାଣ୍ଟ ଷ୍ଟାଣ୍ଡ ଲେବଲ-୨ର ମୂଲ୍ୟ ୫୦୦୦। ସୁନିଲ ଗାଭାସ୍କର ଷ୍ଟାଣ୍ଡ ଲେବଲ-୧ର ଗୋଟିଏ ଟିକେଟ୍‌ ମୂଲ୍ୟ ୨୫୦୦ ଏବଂ ଲେବଲ-୨ର ୪୫୦୦ ରହିଛି। ସେମିଫାଇନାଲ୍‌ ବାଦ୍‌ ୱାଙ୍ଖଡେରେ ଭାରତ-ଶ୍ରୀଲଙ୍କା (ନଭେମ୍ବର ୨), ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା (ଅକ୍ଟୋବର ୨୧), ଦକ୍ଷିଣ ଆଫ୍ରିକା-ବାଂଲାଦେଶ (ଅକ୍ଟୋବର ୨୪) ଏବଂ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ (ନଭେମ୍ବର ୭) ମ୍ୟାଚ୍‌ ଖେଳାଯିବ। ଏମ୍‌ସିଏ ସଦସ୍ୟ କ୍ଲବ୍‌ଗୁଡ଼ିକୁ ୫୦ ପ୍ରତିଶତ ରିହାତିରେ ଟିକେଟ୍‌ ଦେବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.