ପୁଣି ଥରେ ମଣିପୁରରେ ଫୁଟିଲା ଗୁଳି, ଗଡ଼ିଲା ୩ ମୁଣ୍ଡ

Independence

ମଣିପୁର :ପୁଣି ଥରେ ମଣିପୁରରେ ବ୍ୟାପିଲା ହିଂସାର ନିଆଁ। ମୁହାଁମୁହିଁ ହେଲେ ମୈତୀ ଓ କୁକୀ ସମ୍ପ୍ରଦାୟ ଲୋକେ। ଫୁଟିଲା ଗୁଳି, ଆଉ ଅକାଳରେ ଚାଲିଗଲା ୩ ଜୀବନ । ବିକ୍ଷୋଭକାରୀ ବହୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି।

ବିଷ୍ଣୁପୁର ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପରିସ୍ଥିତି ଅଣାୟତ୍ତ ହେବା ସହ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।   ଇତି ମଧ୍ୟରେ ମୈତୀ ସମ୍ପ୍ରଦାୟର ୩ ଲୋକଙ୍କୁ ହତ୍ୟା କରାଯାଇଛି। ଏହାବାଦ କୁକୀ ସମୁଦାୟ ଲୋକଙ୍କ ଘରେ ଶତାଧିକ ଲୋକ ନିଆଁ ଲଗାଇ ଦେଇଛନ୍ତି। ବଫର ଜୋନ ପାର୍‌ କରି କିଛି ଲୋକ ମୈତି ସମ୍ପ୍ରଦାୟ ଇଲାକାରେ ପ୍ରବେଶ କରି ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି । ବିଷ୍ଣୁପୁର ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ବଫର ଜୋନ ନିର୍ମାଣ କରିଛି।

ଗୁରୁବାର ସନ୍ଧ୍ୟାରେ ବିଷ୍ଣୁପୁରରେ ସୁରକ୍ଷା କର୍ମୀ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ଚାଳନା କରିବା ସହ ଲୁହବୁହା ଗ୍ୟାସ୍‌ ସ୍ପ୍ରେ କରିଥିଲେ। ଏହାପରେ ମଣିପୁରର ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ କୋହଳ କରାଯାଇଥିବା କର୍ଫ୍ୟୁକୁ ପୁଣି ଥରେ କଡ଼ାକଡ଼ି କରାଯାଇଥିଲା ।

ଏହାପରେ ଅସମ୍ଭାଳ ଭିଡ ପ୍ରଥମେ ବିଷ୍ଣୁପୁର ଜିଲ୍ଲାର ଆଇଆରବି ୟୁନିଟ ଉପରେ ଅତର୍କିତ ଆକ୍ରମଣ କରି ଗୁଳି, ବାରୁଦ ସମେତ ବହୁ ମାରଣାସ୍ତ୍ର ଲୁଟି ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀ ତାଙ୍କୁ ଘଉଡ଼ାଇ ଦେଇଥିଲେ।

ଏପରି ସ୍ଥିତିରେ ସଶସ୍ତ୍ର ବଳ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ବହୁ ସୁରକ୍ଷା କର୍ମୀ ଗୁରୁତର ହୋଇଥିଲେ। ସ୍ଥିତି କ୍ରମଶଃ ଅନିୟନ୍ତ୍ରିତ ହେବା ସହ ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇଥିବା ଲୋକେ ହତିଆର, ଗୋଳା ବାରୁଦ ଲୁଟି ନେଲେ ।

ad-week
Leave A Reply

Your email address will not be published.