ଭୁବନେଶ୍ୱରରେ ଅମିତ ଶାହ

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଁଚିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶାହ ପାଖାପାଖି ରାତି 12ଟା ସମୟରେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ବିମାନ ଯୋଗେ ଆସି ଅବତରଣ କରିଛନ୍ତି। ସ୍ବାଗତ କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବିମାନ ବନ୍ଦର ବାହାରେ ଅପେକ୍ଷା କରିଥିବା ଉତ୍ସାହିତ ବିଜେପି କର୍ମୀଙ୍କୁ ଶାହ ହାତ ହଲାଇ ଅଭିବାଦନ ଜଣାଇବା ସହିତ ହାତ ମୁଠା କରି ସଂଗଠନକୁ ମଜବୁତ କରିବାକୁ ଆହ୍ବାନ କରିଛନ୍ତି। ଶାହ ହୋଟେଲ ମେ ଫେୟାରରେ ରାତ୍ରୀ ଯାପନ କରିବେ। ଏହାପରେ ସକାଳେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ଏକ ବୈଠକ ଅଛି। ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ।

ଏହାପରେ ଦଳୀୟ ପଦାଧିକାରୀ ଏବଂ ନୂଆ ଟିମ ସହ ଆଲୋଚନା କରି 2024 ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ରୀ ଦେବେ। ରାଜ୍ୟରେ ବିଜେଡି-ବିଜେପି ମଧ୍ଯରେ ମୁହାଁମୁହିଁ ସ୍ଥିତି ଥିବା ବେଳେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଥିବା ଅଘୋଷିତ ମେଣ୍ଟକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ଏପରି ସ୍ଥିତିରେ ଶାହ ଦଳୀୟ ନେତୃତ୍ୱଙ୍କୁ କି ବାର୍ତ୍ତା ଦେଉଛନ୍ତି ତାହା ହେଉଛି ବଡ ପ୍ରଶ୍ନ।

ad-week
Leave A Reply

Your email address will not be published.