ସୁବ୍ରତୋ ବାଗଚୀଙ୍କୁ ନବୀନ ଦେଲେ ନୂଆ ଦାୟିତ୍ୱ

add-all

ଭୁବନେଶ୍ୱର: ରାଜ୍ୟର ସମସ୍ତ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନରେ ଦକ୍ଷତା ବିକାଶ ବା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ସୁବ୍ରତୋ ବାଗଚୀ ଏଣିକି କାମ କରିବେ। ଏଥିପାଇଁ ଶୁକ୍ରବାର ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି।

ଗତ ୨୯ ତାରିଖରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଓ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ। ଓଏସଡିଏର ଅଧ୍ୟକ୍ଷ ଭାବେ ସେ ସାତ ବର୍ଷ ଧରି ରାଜ୍ୟକୁ ସେବା ଦେଇଥିଲେ। ଏହାପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

ନୂଆ ଭୂମିକାରେ ବାଗଚୀ ସିଭିଲ୍ ସର୍ଭିସ୍ ଟ୍ରେନିଂ ଅନୁଷ୍ଠାନଗୁଡ଼ିକ ପାଇଁ ଏକ ସକରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଦିଗରେ କାମ କରିବେ ଏବଂ ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ସହ ସମକକ୍ଷ କରିବାରେ ସାହାଯ୍ୟ କରିବେ ବୋଲି ସରକାର ଆଶାବାଦୀ ଅଛନ୍ତି।

ad-week
Leave A Reply

Your email address will not be published.