୨.୫ ଲକ୍ଷ ଟଙ୍କା ଲୋଭରେ ପୁଅକୁ ବିକିଦେଲା ବାପା

add-all

ଟିଟିଲାଗଡ଼ : ଟିଟିଲାଗଡ଼ରେ ପୁଣି ଚାଞ୍ଚଲ୍ୟ। ୫ଦିନର ଶିଶୁ ପୁତ୍ରକୁ ବିକିଲା ବାପା । ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ହେଲେ ଟିଟିଲାଗଡ ଝାଙ୍କରପଡାର ସନ୍ତୋଷ ପଟେଲ।

ସୂଚନା ଅନୁସାରେ ସନ୍ତୋଷ ଓ ପୁଷ୍ପା ପଟେଲଙ୍କର ପୂର୍ବରୁ ୩ଟି ସନ୍ତାନ ଥିଲେ। ଏହା ଚତୁର୍ଥ ଶିଶୁପୁତ୍ର ଥିଲା । ହେଲେ ଗରିବ ପରିବାର ଲୋକେ ହୋଇଥିବା ଯୋଗୁଁ ଘରେ ଅଭାବ ଅନଟନ ଲାଗି ରହୁଥିଲା। ତେଣୁ ନବଜାତ ଶିଶୁପୁତ୍ରର ଲାଳନ ପାଳନ ଆଉ ସମ୍ଭବ ନଥିଲା ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ଟିଟିଲାଗଡ଼ର ରମାଜାନ ସେଖ ମଧ୍ୟସ୍ଥି ସାଜି କଲାହାଣ୍ଡି ଜିଲ୍ଲା ରାଜା ନାମକ ଜଣେ ବ୍ଯକ୍ତିଙ୍କୁ ବିକ୍ରି କରିଦେଇଥିଲା । ଏ ସଂପର୍କରେ ରମଜାନ ରହୁଥିବା ଘରର ଜଣେ ପଡ଼ୋଶୀଙ୍କ ଠାରୁ ପୋଲିସ ସୂଚନା ପାଇ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲା। ପରେ ରମାଜାନ ସେଖ ଓ ଶିଶୁର ବାପା ସନ୍ତୋଷ ପଟେଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଅପରପକ୍ଷରେ ବିକ୍ରି ହୋଇଥିବା ନବଜାତ ଶିଶୁକୁ ଉଦ୍ଧାର କରିବାକୁ ପୋଲିସ ଦଳ କଳାହାଣ୍ଡି ଯାଇଥିବା ସୂଚନା ମିଳିଛି। ଏହି କାରବାର ସ୍ଥାନୀୟ କୁମୁଡ଼ା ପାହାଡ଼ ନିକଟରେ ହୋଇଥିବା ସେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.