୮ ଦିନ ପରେ ମାଟି ତଳୁ ମହିଳାଙ୍କ ଶବ ଜବତ

add-all

ମୋହନା : ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଜୁକା ଗ୍ରାମରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି । ୮ ଦିନ ପରେ ଶ୍ମଶାନରୁ ମାଟି ଖୋଳି ଶବ ଜବତ କଲା ପୋଲିସ । ଝିଅକୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରି ପୋତି ଦେଇଥିବା ନେଇ ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ଯ ଯେ ଗତ ୧୧ ତାରିଖରେ ଇଟାଭାଟିରେ ନିଆଁ ଲଗାଉଥିବା ବେଳେ ନିଆଁରେ ପୋଡ଼ି ହୋଇ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରୀୟା ବସ୍ତରାୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ମୋହନା ଏବଂ ପରେ କଟକ scb ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଗତ ୨୭ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ସୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ଖ୍ରୀଷ୍ଟଧର୍ମ ଅନୁଯାୟୀ ଶବକୁ କବର ଦିଆଯାଇଥିଲା । କିନ୍ତୁ ଘଟଣାର ସପ୍ତାହ ପରେ ଝିଅକୁ ହତ୍ୟା କରାଯାଇଥିବା ସହ ଅନେକ ସମୟରେ ସ୍ୱାମୀ ଆନନ୍ଦ ସୁପ୍ରିୟାକୁ ର୍ନିଯ୍ଯାତନା ଦେଉଥିବା ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା । ଅଭିଯୋଗକୁ ଭିତ୍ତିକରି ପୋଲିସ ଡି. ଏସ୍‌. ପି କୈଳାସ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ୱ ରେ ଏବଂ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଅଡବା ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ରାଇଜୁକା ଗ୍ରାମରେ ପହଞ୍ଚି ଶ୍ମଶାନରୁ ସୁପ୍ରିୟାଙ୍କ ପୋତା ଯାଇଥିବା ମୃତଦେହ କୁ ଉଦ୍ଧାର କରିବା ସହ ବ୍ଯବଛେଦ ନିମନ୍ତେ ବ୍ରହ୍ମପୁର mkcg ମେଡିକାଲକୁ ପଠାଇଛି । ମୃତ ସୁପ୍ରିୟାଙ୍କ ସ୍ୱାମୀ ଆନନ୍ଦ ବସ୍ତରାୟଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିବା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି ।

ad-week
Leave A Reply

Your email address will not be published.