ବନ୍ୟା ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

add-all

ଭଦ୍ରକର ଧୁଷୁରୀ-ହସନାବାଦ ରାସ୍ତାର ହରିହଂସ ନିକଟରୁ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହରିହଂସଠାରୁ କିଛି ଦୂରରେ ଯୁବକଙ୍କ ମୃତଦେହକୁ ଠାବ କରାଯାଇଥିଲା। NDRF ଏବଂ ଓଡ୍ରାଫ୍ ଟିମ୍ ମୃତଦେହକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ମୃତ ଯୁବକଙ୍କ ନାଁ ସଞ୍ଜୀବ ପଣ୍ଡା। ତାଙ୍କ ଘର ଯାଜପୁରର ମଙ୍ଗଳପୁରରେ। ସେ ଗତକାଲି ସନ୍ଧ୍ୟାରେ ଭଦ୍ରକରୁ ବାଇକ ଯୋଗେ ମଙ୍ଗଳପୁର ସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ଧୁଷୁରୀରୁ ହସନାବାଦ ଯିବା ରାସ୍ତାରେ ହରିହଂସ କଲଭର୍ଟ ନିକଟରେ ବନ୍ୟା ପାଣିରେ ସେ ଭାସି ନିଖୋଜ ହୋଇ ଯାଇଥିଲେ। ଗତକାଲି ବହୁ ଖୋଜାଖୋଜି ପରେ ତାଙ୍କ ବାଇକ, ବ୍ୟାଗ ଓ ହେଲମେଟକୁ ପାଇଥିଲେ ଉଦ୍ଧାରକାରୀ ଟିମ୍। ହେଲେ ସଂଜୀବଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ହରିହଂସଠାରୁ କିଛି ଦୂରରେ ତାଙ୍କ ମୃତଦେହ ମିଳିଥିଲା।

ad-week
Leave A Reply

Your email address will not be published.