ଲୋକସଭାରେ ଗୃହୀତ ହେଲା ଡାଟା ସୁରକ୍ଷା ବିଲ୍, ଏହା କାହିଁକି ଗୁରୁତ୍ବପୂର୍ଣ୍ଣ ଜାଣନ୍ତୁ

add-all

ନୂଆଦିଲ୍ଲୀ: ବିରୋଧୀଙ୍କ କୋଳାହଳ ଭିତରେ ସୋମବାର ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି, ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ଗଚ୍ଛିତ ରଖୁଥିବା ଦେଉଥିବା ସଂସ୍ଥାଗୁଡ଼ିକ ଉପରେ କେତେକ ସାଧାରଣ ଏବଂ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ କରିବାର ବ୍ୟବସ୍ଥା ରହିଛି ।
ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ବୋଲି କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱରେ ଡିଜିଟାଲ ଇଣ୍ଡିଆକୁ ନେଇ ଚର୍ଚ୍ଚା ହେଉଛି ଏବଂ ବିଶ୍ୱର ଅନେକ ଦେଶ ଏହାକୁ ଗ୍ରହଣ କରିବାକୁ ଚାହୁଁଛନ୍ତି, ତାହା ଡିଜିଟାଲ ପେମେଣ୍ଟ ସିଷ୍ଟମ ହେଉ, ଆଧାର ସିଷ୍ଟମ ହେଉ କିମ୍ବା ଡିଜିଟାଲ ଲକର ।
ସାଧାରଣ ଲୋକ ମାନେ ମଧ୍ୟ ଯେପରି ସହଜରେ ବୁଝିପାରିବେ ସେଥିପାଇଁ ଏହି ବିଲର ଭାଷାକୁ ଅତ୍ୟନ୍ତ ସରଳ ରଖାଯାଇଛି ବୋଲି ସେ କହିଛନ୍ତି । ଏହି ବିଲ୍ ର ନୀତି ସମ୍ପର୍କରେ ସେ କହିଛନ୍ତି ଯେ କୌଣସି ବ୍ୟକ୍ତି, କୌଣସି ପ୍ଲାଟଫର୍ମ କିମ୍ବା ଆପରେ ଆସୁଥିବା ଡାଟା ଏବେ ଆଇନ ଅଧୀନରେ ଆସିବ। ପ୍ରସ୍ତାବିତ ଆଇନ ଅନୁସାରେ ଏହି ଡାଟାକୁ ଯେଉଁ ଉଦ୍ଦେଶ୍ୟରେ ନିଆଯାଇଛି ସେଥିପାଇଁ ବ୍ୟବହାର କରାଯିବା ଉଚିତ୍ । ଡାଟାର ଅପବ୍ୟବହାର ପାଇଁ ବିଲରେ କଡ଼ା ଦଣ୍ଡବିଧାନ ଓ ଜରିମାନାର ବ୍ୟବସ୍ଥା ରହିଛି ।
ସେ କହିଛନ୍ତି ଯେ ଆବଶ୍ୟକ ଅନୁଯାୟୀ ଅଧିକ ତଥ୍ୟ ନେବାକୁ ବ୍ୟବସ୍ଥା କରାଯାଇଛି ଏବଂ ଯଦି କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡାଟାରେ ପରିବର୍ତ୍ତନ ହୁଏ, ତେବେ ସେହି ଅନୁଯାୟୀ ଏହାକୁ ଅନୁସରଣ କରାଯିବା ଉଚିତ୍ । ବିଲ୍ ରେ କୁହାଯାଇଛି ଯେ, ଡାଟା ଯେତେ ଦିନ ପର୍ଯ୍ୟନ୍ତ ରଖାଯିବା ଆବଶ୍ୟକ, ସେପର୍ଯ୍ୟନ୍ତ ରଖାଯାଇପାରିବ । ବୈଷ୍ଣବ କହିଛନ୍ତି ଯେ ଏହା ମାଧ୍ୟମରେ ଡାଟା ସୁରକ୍ଷାର ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯାଇଛି।

ad-week
Leave A Reply

Your email address will not be published.