ପୋଖରୀରୁ ଉଦ୍ଧାର ହେଲା ଗୃହରକ୍ଷୀଙ୍କ ମୃତଦେହ

add-all

ସୋରଡା : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ନିକଟ ପୋଖରୀରୁ ଉଦ୍ଧାର ହୋଇଛି ଗୃହରକ୍ଷୀଙ୍କ ମୃତଦେହ । ମୃତକ ହେଲେ ବଡଗଡ ଗ୍ରାମର ବଳରାମ ଦାସ। ସେ ଏକ ସପ୍ତାହ ହେଲା ଥାନାକୁ ଆସୁ ନଥିଲେ। କିନ୍ତୁ ଆଜି ସକାଳୁ ଗୃହରଖିଙ୍କ ମୃତ ଦେହ ପୋଖରୀରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ ।

ପୋଲିସ ଖବର ପାଇ ମୃତ ଦେହକୁ ପୋଖରୀରୁ ଉଦ୍ଧାର କରି ବଡ ଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତର ଅସଲ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ad-week
Leave A Reply

Your email address will not be published.