ଵଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ

add-all

ବଲାଙ୍ଗିର ଗସ୍ତର ଦ୍ବିତୀୟ ଦିନରେ ଵଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ ଭିକେପାଣ୍ଡିଆନ। ପ୍ରଥମେ ଵଲାଙ୍ଗିର ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମାଆ ସମଲେଶ୍ବରୀଂକୁ ଦର୍ଶନ କରିଛନ୍ତି । ମନ୍ଦିରର ଉନ୍ନତି ନେଇ ସେବାୟତ ଓ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି ।

ଏହାପରେ କୋଶଲ କଳା ମଣ୍ଡଳ ପଡିଆରେ ପହଂଚି ଵଲାଙ୍ଗିରର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ୍। ପରେ ଵଲାଙ୍ଗିର ଲୋୟର ଶୁକତେଲ ଜଳ ସେଚନ ପ୍ରକଳ୍ପକୁ ଯାଇ ସମୀକ୍ଷା କରିବେ। ରାଣୀପୁର ଝରିଆଲର ଚଉଷଠୀ ଯୋଗିନୀ ପୀଠ ବୁଲିବା ସହ ଲୋଇସିଙ୍ଗା ଓ ମୁରିବାହଲରେ ଅଭିଯୋଗ ଶୁଣାଣୀରେ ଯୋଗଦେବେ 5T ସଚିବ।

ad-week
Leave A Reply

Your email address will not be published.