ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

add-all

ନୂଅ‌ଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆମ୍‌ କଲ୍‌ ଜରିଆରେ ମିଳିଛି। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜ ନାମ ମନୁ ମାନେସର୍‌ ବୋଲି କହିଥିଲେ। ସୀମାକୁ ଫିଲ୍ମରେ କାମ ଦେଲେ ତୋତେ ଜୀବନରୁ ମାରିଦେବୁ ବୋଲି କଲ୍‌ର ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଅମିତ ଜାନୀଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ ଫିଲ୍ମ ‘ଏକ ଟେଲର୍ ମର୍ଡର ଷ୍ଟୋରି’କୁ ମେରଟର ସପା ନେତା ଅଭିଷେକ ସୋମ ବିରୋଧ କରିଛନ୍ତି। ଫିଲ୍ମକୁ ସୁଟିଂ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ‌ସେ ଚେତାବନୀ ଦେଇଛନ୍ତି। ଏହାସହିତ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ମଧ୍ୟ ଫିଲ୍ମର ସେଟକୁ ଆସିବାକୁ ଅନୁମତି ଦିଆଯିବ ନାହିଁ। ଏଭଳି ଚଳଚ୍ଚିତ୍ର ପରିବଶେକୁ ଖରାପ କରିବ ବୋଲି କହିଥିଲେ ସପା ନେତା।
ଅମିତ ଜାନୀ ନିକଟରେ ଫୋନ୍‌ କଲ୍‌ରୁ ଧମକ ପାଇବା ପରେ ଅଭିଷେକ ସୋମ ଏବଂ ମୋନୁ ମନେସରଙ୍କ ବିରୋଧରେ ଡିଜିପି ଏବଂ ମେରଟ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ପାକସ୍ତାନ ନାଗରିକ ସୀମା ହାଇଦର ଓ ତାଙ୍କ ଭାରତୀୟ ପ୍ରେମିକ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଚଳିବା ପାଇଁ ସଚିନଙ୍କ ପରିବାରରେ ଟଙ୍କାର ଅଭାବ ଦେଖା ଦେଇଥିବା ବେଳେ ଉତ୍ତରପ୍ରଦେଶର ନବନିର୍ମାଣ ସେନାର ଅଧ୍ୟକ୍ଷ ତଥା ପ୍ରଯୋଜକ ଅମିତ ଜାନି ସୀମା ଓ ସଚିନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ ସୀମାଙ୍କୁ ତାଙ୍କର ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ହେଉଥିବା ସିନେମାରେ ଅଭିନୟ ପାଇଁ ସଚିନ ଓ ସୀମାଙ୍କୁ ଅଫର ଦେଇଥିଲେ।
ଏବେ ସୀମା କେଉଁ ଚରିତ୍ରରେ ଅଭିନୟ କରିବେ ସେ ସୂଚନା ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ କହ୍ନେୟା ଲାଲ୍‌ ହତ୍ୟାକାଣ୍ଡ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ‘ର’ ଏଜେଣ୍ଟ୍‌ ଭୂମିକାରେ ନଜର ଆସିବେ ସୀମା।

ad-week
Leave A Reply

Your email address will not be published.