ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହେଲେ ସୌରିନ ଭଟ୍ଟ

add-all

କଟକ: ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଜର ହୋଇଛନ୍ତି ସୌରିନ। ପୀଡିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା ପାଇଁ ଥାନାରେ ହାଜର ହୋଇଛନ୍ତି ସୌରୀନ୍। ଆଜି ମହିଳା ଥାନାରେ ସୌରିନଙ୍କ ବୟାନ ରେକର୍ଡ କରାଯାଇଛି।

ସୌରିନଙ୍କୁ ଜେରା ପ୍ରକ୍ରିୟା ଜାରି ରହିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଏସସିବି ମେଡିକାଲରେ ତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୋଲିସ କହିଛି। ଅଭିଯୋଗକାରିଣୀଙ୍କ ସହ ସାମନାସାମନି ଜେରାର ଆବଶ୍ୟକତା ନାହିଁ। ଅଭିଯୋଗକାରିଣୀଙ୍କ ଠାରୁ ଟଙ୍କା ନେଇଥିବା ଓ ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି। ତେବେ ଯୁବତୀଙ୍କ ସହ ତାଙ୍କର କିଛି ସଂପର୍କ ନଥିବା ପୋଲିସକୁ କହିଛନ୍ତି ସୌରିନ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସବୁ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି। ଆପଣମାନଙ୍କ ଆଶୀର୍ବାଦ ମିଳିଲେ, ମୋତେ କ୍ଲିନ୍ ଚିଟ୍ ମିଳିବ ବୋଲି ସେ କହିଛନ୍ତି। ନିକଟରେ ସିଙ୍ଗର ସୌରୀନ ଭଟଙ୍କୁ ଓଡିଶା ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ସୌରୀନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି କୋର୍ଟ। ସୌରୀନ କଟକ ମହିଳା ଥାନା ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ad-week
Leave A Reply

Your email address will not be published.