ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

add-all

ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମାଲେସିଆକୁ ଗାଦିଚ୍ୟୁତ କରିଛି ଆୟୋଜକ ଭାରତ। ରବିବାର ମ୍ୟାଚ୍‌ରେ ଭାରତ ୫-୦ ଗୋଲ୍‌ରେ ମାଲେସିଆକୁ ହରାଇ ଦେଇଛି। ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଟେବୁଲ ଶୀର୍ଷକୁ ଉଠିଛି। ମାଲେସିଆ (୬ ପଏଣ୍ଟ) ଦ୍ବିତୀୟକୁ ଖସିଛି। ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ପାସ୍‌କୁ କର୍ତ୍ତି ସେଲଭାମ ଗୋଲ୍‌ରେ ପରିଣତ କରି ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।
ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବା ପରେ ତୃତୀୟ କ୍ବାର୍ଟର ଆରମ୍ଭରୁ ହାର୍ଦିକ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସ୍ଥିତି ୨-୦ କରିଥିଲେ। ୪୨ତମ ମିନିଟ୍‌ରେ ହର୍ମନପ୍ରୀତ ଘରୋଇ ଦଳ ପାଇଁ ତୃତୀୟ ଗୋଲ୍‌ ସ୍କୋର୍‌ କରିଥିଲେ। ଏଥି ସହିତ ହର୍ମନପ୍ରୀତ ମଧ୍ୟ ନିଜ ୧୫୦ତମ ଗୋଲ୍‌ ସ୍କୋର୍‌ କରିବାର ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଥିଲେ। ୫୩ ଓ ୫୪ ମିନିଟ୍‌ରେ ଭାରତ ଦୁଇଟି ଗୋଲ୍‌ ଲଦି ୫-୦‌ ଅଗ୍ରଣୀ ନେଇଥିଲ। ୫୩ ମିନିଟ୍‌ରରେ ମନଦୀପ ସିଂହଙ୍କ ପାସ୍‌କୁ ଗୁରଜାନ୍ତ ସିଂହ ‌ଗୋଲ୍‌ରେ ପରିଣତ କରିଥିଲେ। ଏହାର ପର ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ ସଫଳତା ସହ ଗୋଲ୍‌ରେ ପରିଣତ କରିଥିଲେ। ଗୋଲି କ୍ରିଷ୍ଣ ବାହାଦୁର ପାଠକଙ୍କୁ ମ୍ୟାଚ୍‌ର ଏବଂ କର୍ତ୍ତିଙ୍କୁ ଯୁବ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ad-week
Leave A Reply

Your email address will not be published.