ଜେଲରୁ ବାହାରିବାକୁ ବିକଳ ହେଉଛନ୍ତି ଇମ୍ରାନ

add-all

ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ସେ ଅଟ୍ଟୋକ ଜେଲରେ ରହି ରହି ଆକାମାକ୍ତା ହୋଇଗଲେଣି। ତାଙ୍କୁ ଆଉ ସେଠାରେ ଆଉ ଭଲ ଲାଗୁନି |
ତେଣୁ ସେ ଜେଲର ଅନ୍ଧାର କୋଠରୀ ମଧ୍ୟରୁ ବାହାରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ତାଙ୍କ ଓକିଲଙ୍କୁ ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ମୋତେ ଏଠାରୁ ବାହାର କର, ମୁଁ ଆଉ ଜେଲରେ ରହିବାକୁ ଚାହୁଁନାହିଁ ବୋଲି ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।
ତୋଷଖାନା ମାମଲାରେ ଫସିଥିବା ଇମ୍ରାନ ଖାନଙ୍କୁ ୩ ବର୍ଷର ଜେଲଦଣ୍ଡ ମିଳଛି। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ଜେଲକୁ ପଠାଇ ଦେଇଛି। ଶନିବାର ଠାରୁ ସେ ଜେଲରେ ରହିଛନ୍ତି। ଇସାଲାମାବାଦ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ସେ ଏହା ବିରୋଧରେ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି।
ପାକିସ୍ତାନ ତେହରିକ ଇ-ଇନସାଫର ମୁଖ୍ୟ ଇମ୍ରାନ ଖାନ ତାଙ୍କ ଲିଗାଲ ଟିମକୁ କହିଛନ୍ତି ଯେ ସେ ଆଉ ଜେଲରେ ରହିବାକୁ ଚାହୁଁ ନାହାନ୍ତି। ଇମ୍ରାନଙ୍କ ଓକିଲ ନୈମ ହାଇଦର ପାଞ୍ଜୋଥା ସୋମବାର ଆଟ୍ଟୋକ ଜେଲରେ ପହଞ୍ଚିଥିଲେ। ତାଙ୍କୁ ସେଠାକର ଅଧିକାରୀମାନେ ଇମ୍ରାନ ଖାନଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ। ଏହି ସମୟରେ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ ଜେଲରୁ ବାହାର କରିବାର ବ୍ୟବସ୍ଥା କରିବା ପାଇଁ କହିଛନ୍ତି।
ଓକିଲ ହାଇଦରଙ୍କ କହିବା କଥା ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅତ୍ୟନ୍ତ ଖରାପ ସ୍ଥିତିରେ ରଖାଯାଇଛି। ତାଙ୍କ ପାଇଁ ସି କ୍ଲାସ ଜେଲର ବ୍ୟବସ୍ଥା କରାଯାଇଛି। ଏସବୁ ପ୍ରତିକୂତ ପରିସ୍ଥିତି ସତ୍ତ୍ୱେ ଖାନ ମାନସିକ ସ୍ତରରେ ଦୃଢ଼ ରହିଛନ୍ତି। ସେ କାହା ପାଖରେ ମୁଣ୍ଡ ନୂଆଁବା ବଦଳରେ ସାରା ଜୀବନ ଜେଲରେ ରହିବାକୁ ରାଜି ଥିବା ଜଣାଇଥିବା ହାଇଦର ସୂଚନା ଦେଇଛନ୍ତି।
୨୦୧୮ରୁ ୨୦୨୨ ଯେଏ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ଏହି ସମୟରେ ତାଙ୍କୁ ବିଦେଶରୁ ଅନେକ ଉପହାର ମିଳିଥିଲା। କିନ୍ତୁ ଏହାକୁ ବେଆଇନ ଭାବେ ଇମ୍ରାନ ବିକ୍ରି କରି ୧୪୦ ମିଲିୟନରୁ ଅଧିକ ଟଙ୍କା ଆୟ କରିଥିଲେ ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏହାକୁ ଖାନ ଖଣ୍ଡନ କରିଛନ୍ତି।

ad-week
Leave A Reply

Your email address will not be published.