ଅପରେସନ୍ ନହ୍ନେ ଫରିସ୍ତେ, ଜୁଲାଇରେ ୬୨ ନାବାଳକ/ନାବାଳିକା ଉଦ୍ଧାର

add-all

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୫୦ ନାବାଳକ ଏବଂ ୧୨ ନାବାଳିକା ସେମାନଙ୍କ ପିତାମାତାଙ୍କ ସହ ମିଳିତ ହୋଇଛନ୍ତି।

ପିତା ମତ କିମ୍ବା ଅଭିଭାବକ ମାନଙ୍କର ଅଜାଣତରେ ନିଜ ଘରୁ ରେଳ ଷ୍ଟେସନକୁ ପଳାଇ ଆସିଥିବା / ପାରିବାରିକ ସମସ୍ୟା ହେତୁ କିମ୍ବା ଉନ୍ନତ ଜୀବନ ସନ୍ଧାନରେ ପିତାମାତାଙ୍କୁ ନ ଜଣାଇ ଟ୍ରେନ୍ ଯୋଗେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିବା ପିଲାମାନଙ୍କୁ ତାଲିମ ପ୍ରାପ୍ତ ଅଭିଜ୍ଞ ଆରପିଏଫ୍ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ଢ ସେମାନଙ୍କ ପିତାମାତାଙ୍କ ସହ ମିଳିତ ହେବା ପୂର୍ବରୁ ଆରପିଏଫ୍ କର୍ମଚାରୀମାନେ ସେମାନଙ୍କୁ ବିଝାସୁଝା କରିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ଯାହାକି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ।

ରେଳ ମାଧ୍ୟମରେ ମାନବ ଚାଲାଣକୁ ବନ୍ଦ କରିବାପାଇଁ ରେଳବାଇ ସୁରକ୍ଷା ବଳ ବଚପନ ବଚାଓ ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି ଢ ଏହା ବ୍ୟତୀତ ମାନବ ଚାଲାଣ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଚାଲୁରହିଥିବା ଅଭିଯାନ {(ଅପରେସନ୍ AAHT (ଆକ୍ସନ୍ ଏଗେନଷ୍ଟ ହ୍ୟୁମାନ୍ ଟ୍ରାଫିକ୍) ମଧ୍ୟ ଆରମ୍ଭ କରି ମାନବ ଚାଲାଣ ପୀଡିତଙ୍କୁ ଉଦ୍ଧାର କରି ଆସୁଅଛି।

ଜୁଲାଇ ୨୦୨୩ ରେ ଉଦ୍ଧାର ହୋଇଥିବା ୬୨ ନାବାଳକଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳରୁ ୩୩ ବାଳକ ଓ ୦୨ ବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳରୁ ୦୫ ବାଳକ ଓ ୦୪ ବାଳିକା ଏବଂ ୱାଲଟିୟର ରେଳମଣ୍ଡଳରୁ ୧୨ ବାଳକ ଏବଂ ୦୬ ବାଳିକାଙ୍କୁ ଉଦ୍ଧାର କରିଛି ଢ ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ସମସ୍ତ ନାବାଳକ/ନାବାଳିକାଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି।

ad-week
Leave A Reply

Your email address will not be published.