ବିତିଲାଣି ୪୮ ଘଣ୍ଟା: ମିଳିନି ମହାନଦୀରେ ବୁଡ଼ିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା

add-all

କଟକ : ଦିନ ପରେ ଦିନ ବିତୁଛି। ମିଳୁନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। NDRF, ODRAF ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀଙ୍କୁ ଲଗାତାର ୪୮ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନି।

ସ୍କୁବା ଡାଭର ବିଭିନ୍ନ ଜାଗାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ନରାଜର ଉପର ମୁଣ୍ଡ, ତଳ ମୁଣ୍ଡ, ଯୋବ୍ରା, ମୁଣ୍ଡଳୀର କିଛି ସ୍ଥାନ ଓ ସିଧେଶ୍ୱର ପାହାଡ଼ର ଟନିଙ୍ଗ ପଏଣ୍ଟ ଇତ୍ୟାଦି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହଛି। ମହାନଦୀରେ ପାଣି ସ୍ରୋତ ଅଧିକ ଥିବାରୁ ଖୋଜାଖୋଜିରେ ବାଧା ଉପୁଜୁଛି। ଏପଟେ ପିଲାଙ୍କୁ ନପାଇ କାନ୍ଦବୋବାଳିରେ ଫାଟି ପଡୁଛି ଘର ପରିବେଶ। ମଙ୍ଗଳବାର ଅପରାହ୍ନରେ ୮ଜଣ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ର ବୁଡିଯାଇଥିଲେ।

ad-week
Leave A Reply

Your email address will not be published.