ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

add-all

ଉମରକୋଟ: ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି।
ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରେ। ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। କାଲି ମଧ୍ୟ ରାତି ପ୍ରାୟ ସାଢେ ଏଗାରଟା ସମୟ ରେ ସମୀର ମଦ ପିଇ ଘରକୁ ଆସି ବାପା ବିପୁଲ ରାୟଙ୍କ ସହ ପାଟିତୁଣ୍ଡ କରିଥିଲା। ଏଥିରେ ବାପା କ୍ଷୁବ୍ଧ ହେଇ କୋଦାଳରେ ସମୀରର ମୁଣ୍ଡ ଉପରେ ଚୋଟ ପରେ ଚୋଟ ମାରି ଚାଲିଲେ। ଫଳରେ ସମୀରର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ସମୀରର ମୃତ୍ୟୁ ଘଟିଥିଲା।

ପରେ ବାପା ବିପୁଲ ଗାଁରୁ ଅନ୍ତର୍ଦ୍ଧାନ ହେଇଯାଇଥିଲା। ଖବର ପାଇ ଉମରକୋଟ ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ପୁଲିସ ଫୋର୍ସ ନେଇ ଖାଣ୍ତାରେ ପହଞ୍ଚି ବିପୁଲଙ୍କୁ ଖାଣ୍ଡା, ଛଞ୍ଚାଣ ବେଡ଼ା ଓ କରଣ୍ଡିଆଗୁଡ଼ା ଗ୍ରାମକୁ ଯାଇ ଖୋଜ।ଖୋଜି କରିବା ବେଳକୁ ବିପୁଳ ରାୟ ଉମରକୋଟ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ବିପୁଳଙ୍କ ଦୁଇ ପୁଅ। ସମୀର ଥିଲା ସାନ ପୁଅ। ସମୀର ଅବିବାହିତ ହେଇଥିବା ସହ ଅନ୍ୟର ଦୋକାନରେ କୁକୁଡ଼ା ମାଂସ। କ।ଟୁଥିଲେ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ad-week
Leave A Reply

Your email address will not be published.