ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ

add-all

ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇ ଯାଇଛି ସ୍ୱାଧୀନତା ଦିବସ ପ୍ରସ୍ତୁତି । କିଏ କେଉଁଠି କରିବ ପତାକା ଉତ୍ତୋଳନ ସେ ନେଇ ତାଲିକା ପ୍ରସ୍ତୁତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ଏହା ବ୍ୟତୀତ ରାଜ୍ୟର ୩୦ ଜିଲ୍ଲାରୁ ୧୦ ଜିଲ୍ଲାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ  । ସେହିପରି ୨ଟି ଜାଗାରେ ଆରଡିସି ପତାକା ଉତ୍ତୋଳନ କରିବେ ।

ମିଳିଥିବା ସୂଚନା ଅନୁସାରେ, ଭ୍ରଦକ, ବୌଦ୍ଧ, ଦେବଗଡ, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଧା, ନୂଆପଡା, ନବରଙ୍ଗପୁର, ନୟାଗଡ ଜିଲ୍ଲାରେ  ସେଠିକାର ଜିଲ୍ଲାପାଳମାନେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ବ୍ରହ୍ମପୁର ଏବଂ ରାଉରକେଲାରେ ଆରଡିସି ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାବ୍ୟତୀତ କନ୍ଧମାଳରେ ଜଗନ୍ନାଥ ସାରକା, ପୁରୀରେ ନିରଞ୍ଜନ ପୂଜାରୀ, କୋରାପୁଟରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ପ୍ରଦୀପ କୁମାର ଅମାତ, ବରଗଡରେ ପ୍ରମିଳା ମଲ୍ଲିକ, ସମ୍ବଲପୁରରେ ଉଷା ଦେବୀ, କେନ୍ଦୁଝରରେ ପ୍ରଫୁଲ୍ଲ ମଲ୍ଲିକ, ଅନୁଗୁଳରେ ପ୍ରତାପ କେଶରୀ ଦେବ, ରାୟଗଡାରେ ଅତନୁ ସବ୍ୟସାଚ୍ଚୀ ନାୟକ, ଜଗତସିଂହପୁରରେ ଟୁକୁନି ସାହୁ ଏବଂ ବଲାଙ୍ଗୀରରେ ଅଶୋକ ଚନ୍ଦ୍ର ପଣ୍ଡା, ସୁନ୍ଦରଗଡାରେ ରାଜେନ୍ଦ୍ର ଢୋଲକିଆ, କଟକରେ ବିକ୍ରମ କେଶରୀ ଆରୁଖ, ବଲେଶ୍ୱରରେ ସୁଦାମ ମାର୍ଣ୍ଡି, ଝାରସୁଗୁଡାରେ ଶାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ଅଶ୍ୱିନୀ କୁମାର ପାତ୍ର, କଳାହାଣ୍ଡିରେ ପ୍ରୀତିରଞ୍ଜନ ଘଡାଇ, ମାଲକାନଗିରିରେ ତୁଷାରକାନ୍ତି ବେହେରା, ସୋନପୁରରେ ରୀତା ସାହୁ ଏବଂ ଢେଙ୍କାନାଳରେ ବାସନ୍ତୀ ହେମ୍ବ୍ରମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ ।

ad-week
Leave A Reply

Your email address will not be published.