ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି। ଏନେଇ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି। ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡ଼ିକର ଏହି ଔଷଧ ସ୍ପ୍ରେ କରାଯିବ ବୋଲି କହିଛନ୍ତି ବିଏମ୍‌ସି ମେୟର।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଭୁବନେଶ୍ୱରରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଡ୍ରୋନ୍‌ ବ୍ୟବହାର କରିବାର ନିଷ୍ପତ୍ତି ନିଆଯାଇଛି। ତେବେ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ। ଅଗଷ୍ଟ ୧୫ ସୁଦ୍ଧା ସବୁ ଅଳିଆ ହଟାଇବାକୁ ପଡ଼ିବ। ଏହାପରେ ସ୍ୱଚ୍ଛସାଥି, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍‌ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ। ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ କିମ୍ବା ଘର ନିକଟରେ ଅଳିଆ ଜମା ଥିବା ଏବଂ ଖାଲରେ ପାଣି ଜମା ହୋଇଥିବା ଦେଖିବାକୁ ମିଳେ ତେବେ ସଙ୍ଗେ ସଙ୍ଗେ ଜରିମାନା କରାଯିବ।

ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା ଫାଇନ କରିବ ବିଏମସି। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହା ହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରାଯିବ। ଅନ୍ୟପଟେ ଡେଙ୍ଗୁ ବିସ୍ତାରକୁ ରୋକିବା ପାଇଁ ବିଏମସି ଅଧିକାରୀମାନେ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ବର୍ଜ୍ୟବସ୍ତୁ ପୃଥକ କରିବା, ବ୍ୟବହାର ଏବଂ ସେମାନଙ୍କ ଘର କିମ୍ବା ସଂଗଠନର ୫ ମିଟର ବ୍ୟାସାର୍ଦ୍ଧରେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଶିକ୍ଷା ଦେବେ। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ବୁଲି ଯାଞ୍ଚ କରିବା ନେଇ ସୂଚନା ରହିଛି।

ad-week
Leave A Reply

Your email address will not be published.