ନୱାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌…

add-all

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କୁ ବଡ଼ ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ ଚିକିତ୍ସା ପାଇଁ ୨ ମାସର ଜାମିନ ଦେଇଛନ୍ତି।
ପଳାତକ ଘୋଷିତ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ଜଡ଼ିତ ଗୋଟିଏ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶ୍ରୀ ମଲିକଙ୍କୁ ୨୦୨୨ ଫେବୃଆରୀ ମାସରେ ଗିରଫ କରିଥିଲା।
ଏବେ ସେ ଜେଲରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ। ତେଣୁ ଚିକିତ୍ସା ପାଇଁ ସୁପ୍ରିମକୋର୍ଟ ଆଜି ତାଙ୍କୁ ୨ ମାସର ଜାମିନ ଦେଇଛନ୍ତି।
୨୦୨୧ ମସିହା ଅକ୍ଟୋବର ମାସରେ ତତ୍କାଳୀନ ଏନସିବିର ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ମୁମ୍ବାଇ କ୍ରୁଜରେ ରେଡ କରିଥିଲେ। ଏହି ସମୟରେ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଗିରଫ ହୋଇଥିଲେ।
ଏହି ଘଟଣାକୁ ନେଇ ୱାଙ୍ଖେଡେଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ମଲିକ ତୀବ୍ର ସମାଲୋଚନା କରିଥିଲେ। ସେହି ସମୟରେ ମଲିକଙ୍କ ପୁଅ ସମୀର ଖାନଙ୍କୁ ମଧ୍ୟ ୱାଙ୍ଖେଡେ ଗିରଫ କରିଥିଲେ। ଏହାକୁ ନେଇ ସେତେବେଳେ ବେଶ ତମ୍ଭିତୋଫାନ ମଧ୍ୟ ହୋଇଥିଲା।

ad-week
Leave A Reply

Your email address will not be published.