ଯାଦବପୁର ୟୁନିଭର୍ସିଟି ଛାତ୍ର ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ଆଉ ୨ ଛାତ୍ର…

add-all

[ad_1]

IMAGE_1691912612

କୋଲକାତା : ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ। ମୃତ ଛାତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଏ ଦୁହିଁଙ୍କୁ ବାନ୍ଧିଛି। ଏହି ମାମଲାରେ ପୂର୍ବରୁ ଜଣେ ପୁରାତନ ଛାତ୍ରଙ୍କୁ ବାନ୍ଧିଥିଲା ପୁଲିସ।

ସୂଚନା ଅନୁସାରେ, କୋଲକାତା ଯାଦବପୁର ୟୁନିଭର୍ସିଟିର ଜଣେ ପ୍ରଥମ ବର୍ଷର ଛାତ୍ର ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୁରାତନ ଛାତ୍ର ସୌରଭ ଚୌଧୁରୀଙ୍କ ପ୍ରୋରଚନାରେ କିଛି ଛାତ୍ର ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସର୍ବଦା ତାଙ୍କୁ ରାଗିଂ କରୁଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ମୃତ ସ୍ୱପ୍ନଦୀପ କୁଣ୍ଡୁ ‘ମୁଁ ଗେ ନୁହେଁ’, ‘ମୁଁ ଗେ ନୁହେଁ’ ବୋଲି ଚିତ୍କାର କରି କହୁଥିଲେ।

ଏପରି କହିବାର କିଛି ସମୟ ପରେ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୁଲିସ କହିଛି ଯେ, ବର୍ତ୍ତମାନ ଗିରଫ ହୋଇଥିବା ଦୁଇ ଛାତ୍ରଙ୍କୁ ପୂର୍ବରୁ ସନ୍ଦେହ କରାଯାଉଥିଲା। ଏମାନେ ସ୍ୱପ୍ନଦୀପଙ୍କୁ ରାଗିଂ କରାଯାଉଥିବା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଦୀପଶେଖର ଦତ୍ତ (19) ଓ ମନତୋଶ ଘୋଷ (20)। ଗତ 9 ତାରିଖରେ ଏହି ଘଟଣା ଘଟିଥିଲା।

[ad_2]

ad-week
Leave A Reply

Your email address will not be published.