ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା…

add-all

ଜୁନ୍ ୧ରୁ ଅଗଷ୍ଟ ୧୫ ଯାଏଁ ରାଜ୍ୟରେ ୬୬୮.୨ ମିମି ବର୍ଷା ରେକର୍ଡ ହୋଇଛି। ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏକମାତ୍ର ବୌଦ୍ଧ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହୋଇଛି। କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ ୫୬ ମିମି ବର୍ଷା ହୋଇଛି। ସେହିପରି ସୋନପୁରର ବୀରମହାରାଜପୁରରେ ୪୮.୪ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାର ବାଣପୁରରରେ ୪୧, ସମ୍ବଲପୁରର ରେଢ଼ାଖୋଲରେ ୩୯, ଯାଜପୁରର ଜେନାପୁରରେ ୩୬.୪, ଅନୁଗୋଳର ବଅଁରପାଳରେ ୩୧.୮ ଓ କେନ୍ଦୁଝରର ଦଇତାରୀରେ ୩୦.୪ ମିମି ବର୍ଷା ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.