ହଜାର କୋଟି କ୍ରିପ୍ଟୋ ସ୍କାମ ଘଟଣା; ଆଉ ଜଣଙ୍କୁ ଗିରଫ କଲା EOW

Independence

ଭୁବନେଶ୍ୱର: କ୍ରିପ୍ଟୋ ଇନଭେସ୍ଟମେଣ୍ଟ ନାଁରେ ହଜାର କୋଟି ଟଙ୍କା ଠକେଇ ଘଟଣା। ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଭୁବନେଶ୍ୱରରୁ ଅଭିଯୁକ୍ତ ରତ୍ନାକର ପଲାଇକୁ ଗିରଫ ହୋଇଥିବା ସୂଚନା ମିଳିଛି।

ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ଉକ୍ତ ଅଭିଯୁକ୍ତ। ଉକ୍ତ ସଂସ୍ଥାର ସୋସିଆଲ ହେଡ୍ ଭାବେ କାର୍ଯ୍ୟରତ ଥିଲା ରତ୍ନାକର। ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି ତଥ୍ୟ ସଂଗ୍ରହ କରୁଛି ଅର୍ଥନୈତିକ ଅପରାଧ ଶାଖା।

କ୍ରିପ୍ଟୋ ଚିଟ୍‌ଫଣ୍ଡ ସ୍କାମରେ ଗିରଫ ହୋଇଥିବା ରତ୍ନାକର କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ଏମ୍‌ଟେକ୍‌ କରିଥିବା ସୂଚନା ରହିଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ସେ ପରିଚିତ ଥିଲା। ତେବେ ସେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି କ୍ରିପ୍ଟୋ ଚିଟ୍‌ଫଣ୍ଡର ପ୍ରଚାର କରୁଥିଲା। ବର୍ତ୍ତମାନ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ସମସ୍ତ ପରଦା ଫାସ କରିଛି।

ad-week
Leave A Reply

Your email address will not be published.