ବାଲିମେଳା ବନାଞ୍ଚଳକୁ ସଫଳତା ୨.୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୁଲ୍ୟର ୪୫ ଖଣ୍ଡ ଶିଶୁ ,ଟିକ୍ ଏବଂ ବୀଜା କାଠ ଜବତ…

add-all

ମାଲକାନଗିରି : ବାଲିମେଳା ଅବୈଧ କାଠ ଗଚ୍ଛିତ ସ୍ଥାନରେ ରେଡ଼, ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ମନ୍ଦିର ତଳ ଲାଇନ (ୱାର୍ଡ ନଂ -୦୯) ଠାରେ ଶ୍ରୀ ମୋହିଦ୍ଦିନ ଶରିଫ୍,ବୟସ -୫୦ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ , ମାଳାକାନଗିରି ଶ୍ରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ, ବାଲିମେଳା ଶ୍ରୀ ଜଗନ୍ନାଥ ପ୍ରସାଦ ବିଷୋୟି ଙ୍କ ନେତୃତ୍ଵ ରେ ବାଲିମେଳା ବନାଞ୍ଚଳ ୩୭ ଜଣିଆ ଟିମ ଏବଂ ଏକ୍ଜିକୁଟିଭ ମାଜିଷ୍ଟ୍ରେଟ ଶ୍ରୀ ପ୍ରଶାନ୍ତ ଭାତ୍ରା (ଅତିରିକ୍ତ ତହସିଲଦାର, ଚିତ୍ରକୋଣ୍ଡା)ଙ୍କ ଉପସ୍ଥିତିରେ ରେଡ଼ କରିଥିଲା । ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ଇଶୁ କରାଯାଇଥିବା ୱାରେଣ୍ଟ ବଳରେ ବନପାଳ ଶ୍ରୀ ମୋହନ ଗୁଡ଼ିଆ ଏବଂ ଅନ୍ୟ କର୍ମଚାରୀ ତନଖି କରିଥିଲେ । ଶ୍ରୀ ମୋହଦ୍ଦିନ ଶରୀଫ୍ ରେଡରେ ସମ୍ପୂର୍ଣ ସହଯୋଗ କରିଥିଲେ । ସେ ତାଙ୍କ ଝିଅର ବାହାଘର ପାଇଁ ଏହି କାଠ ଗୁଡିକୁ କିଣି କରି ରଖିବା ପ୍ରକାଶ କରିଥିଲେ । ରେଡରେ ପ୍ରାୟ ୪୫ ଖଣ୍ଡ ଶିଶୁ ,ଟିକ୍ ଏବଂ ବୀଜା କାଠ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨,୫୦,୦୦୦ ଟଙ୍କା ହେବ । ଜବତ କାଠ ସପକ୍ଷରେ ଶ୍ରୀ ମୋହଦ୍ଦିନ ଶରିଫ୍ କୌଣସି ବୈଧ କାଗଜ ପାତ୍ର ଦେଖାଇ ପାରି ନଥିଲେ । କାଠ ଗୁଡ଼ିକ ଜବତ ପରେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟଳୟ ରେ ବନରକ୍ଷୀ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କ ଜିମାରେ ରଖାଯାଇଛି । ଘଟଣା ର ଉତ୍ସ କୁ ପହଞ୍ଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମୋକଦମା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି । ଆଜି ରେଡରେ ବାଲିମେଳା ବନାଞ୍ଚଳର, ବନପାଳ ଶ୍ରୀ ମୋହନ ଗୁଡିଆ ଓ କୁମାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ଏବଂ ବନାଞ୍ଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍କ୍ବାଡ ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.