ମଦ ମାଫିଆଙ୍କ ରାଜନୀତି ମୋହ : ଯେତେ ବଡ ମଦ ବ୍ୟବସାୟୀ ସେତେ ବଡ ରାଜ ନେତା…!

add-all


ବ୍ରହ୍ମପୁର: ୧୬-୮ ଏବେକାର ରାଜନୀତି ରେ ଆଉ ସାଧରଣ ଜନତା, ନିର୍ମଳ ଭାବମୂର୍ତି ଓ ଲୋକ ସମ୍ପର୍କ ଲୋକଙ୍କ ସ୍ଥାନ ନାହିଁ ରୂପିଆ-ମିଡ଼ିଆ-ମାଫିଆ ଯାହା ପାଖରେ ଅଛି ସେହି ବ୍ୟକ୍ତି ମାନଙ୍କ ଆଜି ରାଜନୀତିରେ ଦବ ଦବା ଦେଖିବାକୁ ମିଳୁଛି। ଅଧିକାଂଶ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ମଦ ବ୍ୟବସାୟୀ ମାନେ ପ୍ରଥମେ ସମାଜ ସେବୀ ତାପରେ ରାଜନୈତିକ ଦଳ ରେ ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ସହଜରେ ପ୍ରବେଶ କରୁଛନ୍ତି। ଅଧିକାଂଶ କରି ଶାସକ ଦଳ ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ର ମଦ ବ୍ୟବସାୟୀ ମାନେ ଯୋଗଦେଇ ଏବେ ବରିଷ୍ଟ ନେତା ଭାବେ ଉଭା ହୋଇଛନ୍ତି ବୋଲି ସାଧରଣରେ ଆଲୋଚନା ହେଉଛି। ଦଳରେ ନିଜର ସ୍ଥିତି ଜାହିର କରିବା ପରେ କର୍ମୀ ସମ୍ମିଳନୀ କରି ଫୁଲ ତୋଡା ଦେଇ ନେତା ମାନଙ୍କ ନିକଟ ତର ହେବା ପରେ ବିଭିନ୍ନ ଖବର କାଗଜ ରେ ଫୋଟ ପ୍ରକାଶ କରି ଟିକେଟ ପାଇଁ ଲବି ଆରମ୍ଭ କରି ଦେଉଥିବା ଯାଗୁଁ ରାଜନୀତିରେ ଏବେ ଆଉ ସାଧରଣ ଲୋକଙ୍କ ସ୍ଥାନ ନାହିଁ ବୋଲି ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଯେତେ ବଡ଼ ମଦ ବ୍ୟବସାୟୀ ସେତେ ବଡ଼ ସମାଜ ସେବୀ ଓ ରାଜନେତା ବୋଲି ବିଭିନ୍ନ ସ୍ଥାନରେ ଏବେ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.