ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଅଗଷ୍ଟ ୧୮ରେ ହେବ ବ୍ଳକ ଘେରାଉ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରେସ କ୍ଲବ ଫୁଲବାଣୀ ଠାରେ ଅନାମ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥି ସହିତ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଅଗଷ୍ଟ ୧୮ ତାରିଖ ଦିନ “ବ୍ଲକ ଘେରାଉ” କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଉକ୍ତ ଦାବି ପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ ବିଜୁଳି ନୀତି ବିରୁଦ୍ଧରେ ୯ ଗୋଟି ପ୍ରସଙ୍ଗରେ ପ୍ରଦେଶ ଆପଣଙ୍କର ହସ୍ତକ୍ଷେପ ନିମନ୍ତେ ପ୍ରଦାନ କରାଯାଇଅଛି । ଖାଲି ପଡ଼ିଥିବା ୨,୨୬, ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କର ଏବଂ ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କର । ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ସବୁ ଦାବି ରହିଛି ।ଏହି ସମ୍ମିଳନୀରେ କଂଗ୍ରେସର ବରିଷ୍ଠ କର୍ମୀ ବିଜୟ କୁମାର ମହାନ୍ତି, ନଗର ସଭାପତି ଶିବ ଶଙ୍କର ବେହେରା, ବସନ୍ତ କୁମାର ପାଢ଼ୀ, କଂଗ୍ରେସ ଯୁବ ସଭାପତି ଚନ୍ଦନ ପଣ୍ଡା,ଝୁନୁ କହଁର ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.